ସାସମଲ ମାନସ ଏଇ ନାଁ ଟେ ଓଡ଼ିଆ ଗୀତ ଜଗତରେ କେବଳ ପରିଚିତ ତା ନୁହେଁ, ପ୍ରିୟ ମଧ୍ୟ । ଜଗତସିଂହପୁର ଜିଲ୍ଲା, ଏରସମା, ଖୁରାଣ୍ଟ ତୁଠ ଗାଁ ରେ ଜନ୍ମ ହେଇଥିବା ମାନସ, ପିଲାଦିନୁଁ ଗୀତ ଲେଖୁ ନ ଥିଲେ, କବିତା ଲେଖୁଥିଲେ । ପରବର୍ତ୍ତୀ ସମୟରେ ସେ ଆଉ କବିତାରେ ସୀମିତ ନ ରହି, ଗୀତ ଲେଖିବାକୁ ମନ ବଳାଇଲେ । ୧୯୯୮ ମସିହାରେ ମାନସ ପ୍ରଥମ ଥର ପାଇଁ ଆକାଶବାଣୀ ର ଯୁବବାଣୀ କାର୍ଯ୍ୟକ୍ରମ ରେ ଗୀତ ଲେଖିଲେ । ଗୀତପ୍ରତି ଅହେତୁକ ଆଗ୍ରହ ବଢ଼ିବାରୁ ତାଙ୍କୁ ଓଡ଼ିଶାର ପୁରୁଣା ରାଜଧାନୀ କଟକ ଆସିବାକୁ ପଡ଼ିଲା । ଗୀତପାଇଁ ପ୍ରକୃତ ସଂଘର୍ଷ ଆରମ୍ଭ ହୁଏ ୨୦୦୨ ମସିହାରେ । ମାନସଙ୍କୁ ଓଡ଼ିଆ ଗୀତ ଶିଳ୍ପ ରେ ଏକାଧିକ ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଚିହ୍ନି ଥିବା ସତ୍ତ୍ୱେ, ଗୀତଟେ ଲେଖିବା ପାଇଁ ସୁଯୋଗଟେ ସୃଷ୍ଟି ହେଇ ପାରୁ ନ ଥିଲା । ଏମିତି ଅନେକ ଦିନ ଅତିବାହିତ ହେବାପରେ ବହୁତ କମ ଗୀତ ଲେଖିବାର ସୁଯୋଗ ପାଇଥିଲେ ମାନସ । ଏଥିପାଇଁ ମନରେ ଯଥେଷ୍ଟ ଅବଶୋଷ ଥିବା ସତ୍ୱ କେବେବି ସେ ଭାଙ୍ଗି ପଡ଼ି ନ ଥିଲେ । ନିଜସ୍ୱ ପ୍ରତିଭାରେ ସଦା ପ୍ରତିଭାତ ହେଉଥିବା ମାନସ ଓଡ଼ିଆ ଚଳଚ୍ଚିତ୍ର "ହସିବ ପୁଣି ମୋ ସୁନା ସଂସାର" ପାଇଁ ପ୍ରଥମେ ଗୀତ ଲେଖି ସାଉଁଟି ଥିଲେ ଅନେକ ପ୍ରଶଂସା ।ଆଉ ପଛକୁ ଫେରି ଚାହିଁବାକୁ ଇଛା କରି ନ ଥିବା ମାନସ ସମ୍ପ୍ରତି ପାଲଟି ସାରିଛନ୍ତି, ଲୋକପ୍ରିୟ ଗୀତିକାର ମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତମାନ ବିଭିନ୍ନ ସଙ...