ଏକ ତୁମେ ଅନେକ ତୁମେ ( Eka tume aneka tume )
ବନ୍ଧୁ ବର୍ଗ, ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା ଏକ ଗୀତ ପ୍ରସ୍ତୁତ କରୁଛୁ. ଗୀତ ଟି ସେଇ ପରଂବ୍ରହ୍ମ ପାରାମାତ୍ମା କାଳିଆ ଠାକୁର ଙ୍କ ବିସ୍ତାରତା କୁ ଦର୍ଶେଇ ବାର ଏକ ପ୍ରୟାଶ. ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ➡️ CLICK ON THE VIDEO BELOW BELOW TO LISTEN ➡️ ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ ଗାୟକ - ସମ୍ବିତ ଦାଶ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ଏକ ତୁମେ ଅନେକ ତୁମେ ତୁମେ ହିଁ ତ ସର୍ବ ବ୍ୟାପକ ସଂଖ୍ୟା ତୁମେ ଅସଂଖ୍ୟ ତୁମେ ତୁମେ ହିଁ ତ ସର୍ବ କାରକ ଭାବ ଠାରୁ ବେଶୀ ଭାବନା ରେ ଆସି ଦୁଃଖ ନେଇ ଦେଇ ଯାଅ ଅନେକ ସୁଖ ହେ କଳା ଶ୍ରୀମୁଖ ତୁମକୁ ଭୁଲି ହୁଏ ନାହିଁ ଜୀବନ ଯାକ ଚନ୍ଦନ ରେ ତୁମେ ସକାଳ ର ଅବାହନୀ ଗୋଧୂଳି ରେ ତୁମେ ସୁନା ସଞ୍ଜ ଦୀପ ଦାନୀ ଖୁଶି ଠାରୁ ବେଶୀ ଲୋତକ ରେ ଆସି ଆଶା ଠାରୁ ଦେଇ ଯାଅ ତୁମେ ଅଧିକ ହେ କଳା ଶ୍ରୀମୁଖ ତୁମକୁ ଭୁଲି ହୁଏ ନାହିଁ ଜୀବନ ଯାକ ମନେ ପଡ ତୁମେ ପରିଣତ ବୟସ ରେ ମନେ ପଡ଼ ନାହିଁ କେବେ ବି ତ ଅହଂକାରେ ପାପ ଠାରୁ ବେଶୀ ଅନୁତାପେ ଆସି ଜୀବନ ରେ ଭରି ଦିଅ ଶାନ୍ତି ଅନ...