କିଛି ଲୁହ ଲୁହ ନୁହେଁ (Kichi Luha Luha nuhen) - ଏକ ରୋମାଣ୍ଟିକ ବ୍ୟକ୍ତି ଙ୍କ ଅନୁଭୂତି ର କାହାଣୀ

ମୋହିତ ଚକ୍ରବର୍ତୀ ଆଉ ତାଙ୍କ ଲେଖା ଏକ ପ୍ରକାର ର କିମ୍ବଦନ୍ତୀ!


ଆଜି ଆମେ ଆମ ନୂଆ ବ୍ଲଗ ରେ ମୋହିତ ଙ୍କ  ର ଏହି ଗୀତ " କିଛି ଲୁହ ଲୁହ ନୁହେଁ " ପ୍ରକାଶ କରୁଛୁ | ଗୀତ ଟି ଜଣେ ରୋମାଣ୍ଟିକ ବ୍ୟକ୍ତି ଙ୍କ ଅନୁଭବ କୁ ଯେଉଁ ଭାବେ ପରିପ୍ରକାଶ କରୁଛି, ତାହା ନିଶ୍ଚୟ  ହିଁ  ମୋହିତଙ୍କ ଚିନ୍ତା ଓ ବିଭିନ୍ନ ବ୍ୟକ୍ତିତ୍ୱ ର ଗଭୀର ପଠନ ର ଏକ ଦୃଷ୍ଟାନ୍ତ | ପ୍ରତିଟି ଶବ୍ଦ ଅନୁଭୂତି ର ମୁକ୍ତ ବିନ୍ଦୁ ! ଆଶା କରୁଛୁ ଆପଣଙ୍କୁ ଭଲ ଲାଗିବ |

➡️ CLICK ON THE VIDEO BELOW BELOW  TO LISTEN

➡️ ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ 


ଲେଖା - ମୋହିତ ଚକ୍ରବର୍ତୀ 
ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ 
ପ୍ରୋଗ୍ରାମିଙ୍ଗ - ସମ୍ବିତ ଦାଶ 
ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ଷ୍ଟୁଡିଓ 
ଭିଡିଓଗ୍ରାଫି - ସମ୍ବିତ ଦାଶ (ସାମସଙ୍ଗ S 30 ରେ ସମସ୍ତ ଭିଡ଼ିଓ ଗ୍ରାଫି ହୋଇଛି )

ଗୀତ ଶୀର୍ଷକ - କିଛି ଲୁହ ଲୁହ ନୁହେଁ 

କିଛି ଲୁହ ଲୁହ ନୁହେଁ ସେତ   ଆଖି ଭିଜିବାର ବାହାନା (2)

କିଛି ଦୁଃଖ ଦୁଃଖ ନୁହେଁ ସେତ ଖାଲି ଜୀବନ ର ଛଳନା

କିଛି ଲୁହ ଲୁହ ନୁହେଁ ସେତ   ଆଖି ଭିଜିବାର ବାହାନା


କିଛି ପ୍ରେମ ଦିଶେ କିଛି ପ୍ରେମ ଲୁଚି ଯାଏ ସମୟ ର ଝଡ଼େ

କିଛି ସ୍ବପ୍ନ ଆସେ କିଛି ପୁଣି ବାଟ ଭୁଲେ ଜୀବନ ର ମୋଡ଼େ (2)

କିଛି ବାଟ ବାଟ ନୁହେଁ ସେତ ମିଛ ଗୋଟେ ଠିକଣା

କିଛି ଲୁହ ଲୁହ ନୁହେଁ ସେତ ଆଖି ଭିଜିବାର ବାହାନା


ଅନାମିକା ଫୁଲ କେତେ ଫୁଟେ କେତେ ଝରେ ବାଟସାରା ମୋର

ଅକୁହା ଅଚିଂହା ଲୁଚି ରହେ ଆଖି କୋଣେ ହୋଇ ଆପଣାର (2)

କିଛି ସ୍ମୃତି ସ୍ମୃତି ନୁହେଁ ସେତ ଭାଙ୍ଗିଥିବା ଖେଳନା


କିଛି ଲୁହ ଲୁହ ନୁହେଁ ସେତ ଆଖି ଭିଜିବାର ବାହାନା

କିଛି ଦୁଃଖ ଦୁଃଖ ନୁହେଁ ସେତ ଖାଲି ଜୀବନ ର ଛଳନା

କିଛି ଲୁହ ଲୁହ ନୁହେଁ ସେତ ଆଖି ଭିଜିବାର ବାହାନା

କିଛି ଲୁହ ଲୁହ ନୁହେଁ ସେତ ଆଖି ଭିଜିବାର ବାହାନା

==========================================

Popular posts from this blog

Mun Madhyabitta - ମୁଁ ମଧ୍ୟବିତ୍ତ

Ma Lo Tu Pochide Akhi Luha ( ମା ଲୋ ତୁ ପୋଛିଦେ ଆଖି ଲୁହ)

ବନ୍ଧୁ ରେ - Bandhu re