ଗୀତିକାର ଡ଼ାଇରୀ - ସାସମଲ ମାନସ

 ସାସମଲ ମାନସ

ଏଇ ନାଁ ଟେ ଓଡ଼ିଆ ଗୀତ ଜଗତରେ କେବଳ ପରିଚିତ ତା ନୁହେଁ, ପ୍ରିୟ ମଧ୍ୟ । ଜଗତସିଂହପୁର ଜିଲ୍ଲା, ଏରସମା, ଖୁରାଣ୍ଟ ତୁଠ ଗାଁ ରେ ଜନ୍ମ ହେଇଥିବା ମାନସ, ପିଲାଦିନୁଁ ଗୀତ ଲେଖୁ ନ ଥିଲେ, କବିତା ଲେଖୁଥିଲେ । ପରବର୍ତ୍ତୀ ସମୟରେ ସେ ଆଉ କବିତାରେ ସୀମିତ ନ ରହି, ଗୀତ ଲେଖିବାକୁ ମନ ବଳାଇଲେ । ୧୯୯୮ ମସିହାରେ ମାନସ ପ୍ରଥମ ଥର ପାଇଁ ଆକାଶବାଣୀ ର ଯୁବବାଣୀ କାର୍ଯ୍ୟକ୍ରମ ରେ ଗୀତ ଲେଖିଲେ । ଗୀତପ୍ରତି ଅହେତୁକ ଆଗ୍ରହ ବଢ଼ିବାରୁ ତାଙ୍କୁ ଓଡ଼ିଶାର ପୁରୁଣା ରାଜଧାନୀ କଟକ ଆସିବାକୁ ପଡ଼ିଲା । ଗୀତପାଇଁ ପ୍ରକୃତ ସଂଘର୍ଷ ଆରମ୍ଭ ହୁଏ ୨୦୦୨ ମସିହାରେ । ମାନସଙ୍କୁ ଓଡ଼ିଆ ଗୀତ ଶିଳ୍ପ ରେ ଏକାଧିକ ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଚିହ୍ନି ଥିବା ସତ୍ତ୍ୱେ, ଗୀତଟେ ଲେଖିବା ପାଇଁ ସୁଯୋଗଟେ ସୃଷ୍ଟି ହେଇ ପାରୁ ନ ଥିଲା ।  ଏମିତି ଅନେକ ଦିନ ଅତିବାହିତ ହେବାପରେ ବହୁତ କମ ଗୀତ ଲେଖିବାର ସୁଯୋଗ ପାଇଥିଲେ ମାନସ । ଏଥିପାଇଁ ମନରେ ଯଥେଷ୍ଟ ଅବଶୋଷ ଥିବା ସତ୍ୱ କେବେବି ସେ ଭାଙ୍ଗି ପଡ଼ି ନ ଥିଲେ । ନିଜସ୍ୱ ପ୍ରତିଭାରେ ସଦା ପ୍ରତିଭାତ ହେଉଥିବା ମାନସ ଓଡ଼ିଆ ଚଳଚ୍ଚିତ୍ର "ହସିବ ପୁଣି ମୋ ସୁନା ସଂସାର" ପାଇଁ ପ୍ରଥମେ ଗୀତ ଲେଖି ସାଉଁଟି ଥିଲେ ଅନେକ ପ୍ରଶଂସା ।ଆଉ ପଛକୁ ଫେରି ଚାହିଁବାକୁ ଇଛା କରି ନ ଥିବା ମାନସ ସମ୍ପ୍ରତି ପାଲଟି ସାରିଛନ୍ତି, ଲୋକପ୍ରିୟ ଗୀତିକାର ମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତମାନ ବିଭିନ୍ନ ସଙ୍ଗୀତ ନିର୍ଦ୍ଦେଶକ ଙ୍କ ପାଇଁ ଅଧିନିକ ଗୀତ ଓ ଭଜନ ଲେଖିବାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା ସାସମଲ ମାନସ, ନିହାତି ଧନ୍ୟବାଦ ର ପାତ୍ର । ଆମ ତରଫରୁ ମଧ୍ୟ ମାନସ ଙ୍କୁ ଅନେକ ଅନେକ ଶୁଭକାମନା ।।

 ସାସମଲ ମାନସଙ୍କ ସମ୍ପର୍କରେ କିଛି ଅଜଣା କଥା

ଗୀତ ଲେଖିବା ବ୍ୟତୀତ, ମାନସ ଖୁବ ସୁନ୍ଦର ମଞ୍ଚ ଉପସ୍ଥାପନା କରନ୍ତି । ପ୍ରତି ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଓଡ଼ିଶାର ପ୍ରମୁଖ ଟେଲିଭିଜନ ମାନଙ୍କର ସିଧାପ୍ରାସରଣ ରେ ମାନସ ମଧ୍ୟ କିଛି ବର୍ଷ ହେବ ଧାରା ବିବରଣୀ ପ୍ରଦାନ କରି ଆସୁଛନ୍ତି । ଏ ସମ୍ପର୍କରେ ମାନସଙ୍କୁ ପଚାରିଲେ ସେ କୁହନ୍ତି, ଏହା ମହାପ୍ରଭୁଙ୍କ କୃପା ବ୍ୟତୀତ ଅନ୍ୟ କିଛି ନୁହଁ । 

ତରଙ୍ଗ tv ରେ ପ୍ରସାରିତ ହେଇଥିବା ସାଧବବୋହୁ" ପ୍ରାର୍ଥନା tv ରେ ପ୍ରସାରିତ ହେଉଥିବା ଜ୍ଞାନଗୁରୁ" ନୈବେଦ୍ୟ"କୈବଲ୍ୟ" କନକ ନ୍ୟୁଜ ରେ ପ୍ରସାରିତ ହେଇଥିବା ଅପରାଜିତା" ମଞ୍ଜରୀ tv ରେ ପ୍ରସାରିତ ହେଉଥିବା ମାଆ" କଳିଙ୍ଗ tv ରେ ପ୍ରସାରିତ ହୋଇଥିବା କୁସୁମାଞ୍ଜଳି"  ଜି କଳିଂଗରେ ପ୍ରସାରିତ ହେଇଥିବା ଗାଁ ଟିର ନାଁ ପୁରୀ" ତରଙ୍ଗ tv ରେ ପ୍ରସାରିତ ହେଇଥିବା ଝୁମ ଓଡ଼ିଶା ଝୁମ" କିଏ ହବ ହିରୋଇନ"  ଏମିତି ଏକାଧିକ କାର୍ଯ୍ୟକ୍ରମ ପାଇଁ ମାନସ script writer ଭାବେ ନିଯୁକ୍ତ ହୋଇ ନିଜ ପ୍ରତିଭାର ଯଥେଷ୍ଟ ପ୍ରମାଣ ଦେଇଛନ୍ତି ।

ଓଡ଼ିଆ ଫିଲ୍ମ ର ଗୀତିକାର ସାସମଲ ମାନସ

  • ହସିବ ପୁଣି ମୋ ସୁନା ସଂସାର
  • ତୁ ମୋର ସପନ ରାଣୀ
  • ତୁ ଆଉ ମୁଁ
  • ବଦମାସ ଟୋକା
  • ମାୟା
  • କର୍ତ୍ତବ୍ୟ
  • ଟିକେ ଖରା ଟିକେ ଛାଇ

ଓଡ଼ିଆ ଯାତ୍ରା ର ଗୀତିକାର ସାସମଲ ମାନସ

  • ମାଟି ଅଗଣାର ବୋହୁ  (ତ୍ରିନାଥ ଗଣନାଟ୍ୟ)
  • ଆଖି ଅବୁଝାକୁ ଲୁହ ଅବୁଝା  (କୋଣାର୍କ ଗଣନାଟ୍ୟ)
  • ଗୁପ୍ତ ସମ୍ପର୍କ  (ବିଶ୍ୱ ଦରବାର)
  • ତୋ ନାଁ ରେ ମୋ ନାଁ ଦେଇଚି ଯୋଡ଼ି (ବାଘା ଯତୀନ ଲୋକନାଟ୍ୟ)
  • କାହାଣୀ କାନ୍ଦୁଛି ଆଖି ଲୁଚେଇ ( ବାଘା ଯତୀନ ଲୋକନାଟ୍ୟ)
  • ପ୍ରେମରୁ ଆରମ୍ଭ ପ୍ରଥମ ପାପ  (ଇଷ୍ଟର୍ଣ୍ଣ ଅପେରା)

ସମ୍ପ୍ରତି ଓଡ଼ିଶାର ପ୍ରାୟ ସମସ୍ତ ଆଗଧାଡ଼ିର କଣ୍ଠଶିଳ୍ପୀ ମାନଙ୍କ ପାଇଁ ଗୀତ ଲେଖି ସାରିଥିବା ମାନସଙ୍କ ଗୀତ ରଚନା ଶୈଳୀ, ନିଶ୍ଚିତ ରୂପେ ଭିନ୍ନତା ଦାବୀ କରେ । 

ଆମ ତରଫରୁ ମାନସଙ୍କୁ ଅନେକ ଅନେକ ଶୁଭକାମନା ।

ସାସମଲ ମାନସ ଙ୍କୁ ଆପଣ ମାନେ ନିମ୍ନୋକ୍ତ ସଂଖ୍ୟା ରେ ସଂପର୍କ କରିପାରନ୍ତି 

  • Phone        - 9937795977
  • WhatsApp - 9937795977


ସାସମଲ ମାନସ ଆମ ପାଇଁ ଲେଖିଥିବା କିଛି ଗୀତ 






 





ସାସମଲ ମାନସ ଙ୍କ କିଛି ଚିତ୍ର  (Click here to view the complete album)















Comments

Popular posts from this blog

Mun Madhyabitta - ମୁଁ ମଧ୍ୟବିତ୍ତ

ବନ୍ଧୁ ରେ - Bandhu re

ଜଗା ନାଚୁଛି - Jaga Nachuchi