Posts

Showing posts from May, 2021

ସାସମଲ ମାନସ ଙ୍କ କିଛି ଘନିଷ୍ଠ ମୁହୂର୍ତ - The Photo Album of Sasmal Manas

Image
 

ଗୀତିକାର ଡ଼ାଇରୀ - ସାସମଲ ମାନସ

Image
 ସାସମଲ ମାନସ ଏଇ ନାଁ ଟେ ଓଡ଼ିଆ ଗୀତ ଜଗତରେ କେବଳ ପରିଚିତ ତା ନୁହେଁ, ପ୍ରିୟ ମଧ୍ୟ । ଜଗତସିଂହପୁର ଜିଲ୍ଲା, ଏରସମା, ଖୁରାଣ୍ଟ ତୁଠ ଗାଁ ରେ ଜନ୍ମ ହେଇଥିବା ମାନସ, ପିଲାଦିନୁଁ ଗୀତ ଲେଖୁ ନ ଥିଲେ, କବିତା ଲେଖୁଥିଲେ । ପରବର୍ତ୍ତୀ ସମୟରେ ସେ ଆଉ କବିତାରେ ସୀମିତ ନ ରହି, ଗୀତ ଲେଖିବାକୁ ମନ ବଳାଇଲେ । ୧୯୯୮ ମସିହାରେ ମାନସ ପ୍ରଥମ ଥର ପାଇଁ ଆକାଶବାଣୀ ର ଯୁବବାଣୀ କାର୍ଯ୍ୟକ୍ରମ ରେ ଗୀତ ଲେଖିଲେ । ଗୀତପ୍ରତି ଅହେତୁକ ଆଗ୍ରହ ବଢ଼ିବାରୁ ତାଙ୍କୁ ଓଡ଼ିଶାର ପୁରୁଣା ରାଜଧାନୀ କଟକ ଆସିବାକୁ ପଡ଼ିଲା । ଗୀତପାଇଁ ପ୍ରକୃତ ସଂଘର୍ଷ ଆରମ୍ଭ ହୁଏ ୨୦୦୨ ମସିହାରେ । ମାନସଙ୍କୁ ଓଡ଼ିଆ ଗୀତ ଶିଳ୍ପ ରେ ଏକାଧିକ ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଚିହ୍ନି ଥିବା ସତ୍ତ୍ୱେ, ଗୀତଟେ ଲେଖିବା ପାଇଁ ସୁଯୋଗଟେ ସୃଷ୍ଟି ହେଇ ପାରୁ ନ ଥିଲା ।  ଏମିତି ଅନେକ ଦିନ ଅତିବାହିତ ହେବାପରେ ବହୁତ କମ ଗୀତ ଲେଖିବାର ସୁଯୋଗ ପାଇଥିଲେ ମାନସ । ଏଥିପାଇଁ ମନରେ ଯଥେଷ୍ଟ ଅବଶୋଷ ଥିବା ସତ୍ୱ କେବେବି ସେ ଭାଙ୍ଗି ପଡ଼ି ନ ଥିଲେ । ନିଜସ୍ୱ ପ୍ରତିଭାରେ ସଦା ପ୍ରତିଭାତ ହେଉଥିବା ମାନସ ଓଡ଼ିଆ ଚଳଚ୍ଚିତ୍ର "ହସିବ ପୁଣି ମୋ ସୁନା ସଂସାର" ପାଇଁ ପ୍ରଥମେ ଗୀତ ଲେଖି ସାଉଁଟି ଥିଲେ ଅନେକ ପ୍ରଶଂସା ।ଆଉ ପଛକୁ ଫେରି ଚାହିଁବାକୁ ଇଛା କରି ନ ଥିବା ମାନସ ସମ୍ପ୍ରତି ପାଲଟି ସାରିଛନ୍ତି, ଲୋକପ୍ରିୟ ଗୀତିକାର ମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତମାନ ବିଭିନ୍ନ ସଙ

କିଛି ଲୁହ ଲୁହ ନୁହେଁ (Kichi Luha Luha nuhen) - ଏକ ରୋମାଣ୍ଟିକ ବ୍ୟକ୍ତି ଙ୍କ ଅନୁଭୂତି ର କାହାଣୀ

Image
ମୋହିତ ଚକ୍ରବର୍ତୀ ଆଉ ତାଙ୍କ ଲେଖା ଏକ ପ୍ରକାର ର କିମ୍ବଦନ୍ତୀ! ଆଜି ଆମେ ଆମ ନୂଆ ବ୍ଲଗ ରେ ମୋହିତ ଙ୍କ  ର ଏହି ଗୀତ "  କିଛି ଲୁହ ଲୁହ ନୁହେଁ  " ପ୍ରକାଶ କରୁଛୁ | ଗୀତ ଟି ଜଣେ ରୋମାଣ୍ଟିକ ବ୍ୟକ୍ତି ଙ୍କ ଅନୁଭବ କୁ ଯେଉଁ ଭାବେ ପରିପ୍ରକାଶ କରୁଛି, ତାହା ନିଶ୍ଚୟ  ହିଁ  ମୋହିତଙ୍କ ଚିନ୍ତା ଓ ବିଭିନ୍ନ ବ୍ୟକ୍ତିତ୍ୱ ର ଗଭୀର ପଠନ ର ଏକ ଦୃଷ୍ଟାନ୍ତ | ପ୍ରତିଟି ଶବ୍ଦ ଅନୁଭୂତି ର ମୁକ୍ତ ବିନ୍ଦୁ ! ଆଶା କରୁଛୁ ଆପଣଙ୍କୁ ଭଲ ଲାଗିବ | ➡️  CLICK ON THE VIDEO BELOW BELOW  TO LISTEN ➡️  ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ  ଲେଖା - ମୋହିତ ଚକ୍ରବର୍ତୀ  ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ  ପ୍ରୋଗ୍ରାମିଙ୍ଗ - ସମ୍ବିତ ଦାଶ  ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ଷ୍ଟୁଡିଓ  ଭିଡିଓଗ୍ରାଫି - ସମ୍ବିତ ଦାଶ (ସାମସଙ୍ଗ S 30 ରେ ସମସ୍ତ ଭିଡ଼ିଓ ଗ୍ରାଫି ହୋଇଛି ) ଗୀତ ଶୀର୍ଷକ - କିଛି ଲୁହ ଲୁହ ନୁହେଁ  କିଛି ଲୁହ ଲୁହ ନୁହେଁ ସେତ   ଆଖି ଭିଜିବାର ବାହାନା (2) କିଛି ଦୁଃଖ ଦୁଃଖ ନୁହେଁ ସେତ ଖାଲି ଜୀବନ ର ଛଳନା କିଛି ଲୁହ ଲୁହ ନୁହେଁ ସେତ   ଆଖି ଭିଜିବାର ବାହାନା କିଛି ପ୍ରେମ ଦିଶେ କିଛି ପ୍ରେମ ଲୁଚି ଯାଏ ସମୟ ର ଝଡ଼େ କିଛି ସ୍ବପ୍ନ ଆସେ କିଛି ପୁଣି ବାଟ ଭୁଲେ ଜୀବନ ର ମୋଡ଼େ (2) କିଛି ବାଟ ବାଟ ନୁହେଁ ସେତ ମିଛ ଗୋଟେ ଠିକଣା କିଛି ଲୁହ ଲୁହ ନୁହେଁ ସେତ