ଗୀତିକାର ଡ଼ାଇରୀ - ଶ୍ରୀ ମାନସ କୁମାର ନାଥ

 



ମାନସ କୁମାର ନାଥ ଏହି ନାଁ ଟି ଗୀତିକାର  ଭାବରେ ସେତେ  ପରିଚିତ ନହେଲେ ବି ହାତ ଗଣତି ତାଙ୍କର କିଛି ଟା ଗୀତ ଦର୍ଶକ ମାନଙ୍କ ର ବେଶ୍ ପସନ୍ଦ ହୋଇଛି। ଆକାଶ ବାଣୀ କଟକ ଏବଂ ଆକାଶ ବାଣୀ ପୁରୀ ର ମୋ ପସନ୍ଦ, ଗୀତ ଗୀତିକା କାର୍ଯ୍ୟକ୍ରମରେ ନିଜର କବିତା ପ୍ରକାଶ ପାଇବା ପରେ ତାଙ୍କ ଭିତରେ ଗୀତିକାର ହେବାର ସ୍ବପ୍ନ ଉଙ୍କି ମାରିଥିଲା। କଲେଜ୍ କେରିଆର ରେ ନିଜ ର କବିତା  ଲେଖା ପାଇଁ ଲେକ୍ଚର ଙ୍କ ଠାରୁ ଆରମ୍ଭ କରି ସମସ୍ତ ସାଙ୍ଗ ସେଥି ମାନଙ୍କ ର ପ୍ରସଂସା ଭାଜନ ହୋଇ ହୋଇଥିବା ମାନସ ଦୀର୍ଘ ଦିନର ପ୍ରତୀକ୍ଷା ପରେ ଦୁଇଟି ଭଜନ ଲେଖିବାର ସୁଯୋଗ ପାଇଥିଲେ l ମହାପ୍ରଭୁ ଜଗନ୍ନଥଙ୍କ ଦୁଇଟି ଗୀତ ଲେଖି ଥିଲେ ସେ ୨୦୧୩ ମସିହାରେ ଯାହାକି ସେତେବେଳେ YouTube ରେ ପ୍ରଚାର ପ୍ରସାର  ହୋଇ ପାରିନଥିଲା ଯାହା ଫଳରେ ଗୀତ ଟି ଲୋକ ପ୍ରିୟ ହୋଇ ପାରିନଥିଲା , ଫଳରେ ତାଙ୍କୁ  ଗୀତି ଲେଖିବାର ସୁଯୋଗ ଆଉ ମିଳି ନଥିଲା। ମଉଳା ମନରେ  ଗୋଟିଏ କଥା ଉଙ୍କି ମାରୁଥାଏ, ମୁଁ ନବ ଜାତ ପକ୍ଷୀ ଶାବକ ଟେ ଗୀତିକାର ଭାବରେ ଜନ୍ମ ନେଇ କଣ ଏ ସଙ୍ଗୀତ ର ସୁଦୀର୍ଘ ଆକାଶ ବକ୍ଷ ରେ ଛକା ପଞ୍ଝା ବାଦଲ କୁ ଖାତିର ନ କରି ଉଡ଼ି ପାରିବି। ମନରେ କିନ୍ତୁ ଭରସା ଥାଏ ଗୀତିକାର ହେବାର ଦୀର୍ଘ ସମୟ ବ୍ୟବଧାନ ପରେ ୨୦୧୮ ମସିହାରେ ପୁଣି ଏକ ଆଧୁନିକ  ଗୀତ ଲେଖିବାର ସୁଯୋଗ ମିଳେ- ସେଲ୍ଫି ବାଲି ଯାହାର କଣ୍ଠ ଦାନ କରିଥିଲେ ଓଡ଼ିଶାର ଅତି ପ୍ରିୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର । ଏହି ଗୀତ ରେ କିଛିଟା ପ୍ରଶଂସା ଦର୍ଶକ ମାନଙ୍କ ଠାରୁ ପାଇବା ପରେ ପୁଣି ଦୁଇଟି ଗୀତ ଲେଖିବାକୁ ସୁଯୋଗ ପାଇଲେ ତୁ ଏମିତିକା ସାୟେରୀ, ଧୋକା ଯଦି ଦେଲୁ ପ୍ରିୟାl ଅନେକ ଭଜନ ଏବଂ ଆଧୁନିକ ଗୀତ ତାଙ୍କର ଲେଖା ସରିଛି ଯାହା ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ....

କେତେ ଲେଖା ପ୍ରକାଶିତ ତାହା ତ ଲୋକ ଲୋଚନ କୁ ଆସିଛି ହିଁ  ଆଉ  କେତେ ଲେଖା ଅପ୍ରକାଶିତ ତାହା ତାଙ୍କର ସ୍ମୃତି ରେ ଲୁଚି ରହି ଅଛି I 

ଗୀତିକାର - ମାନସ କୁମାର ନାଥ 

  • ରିମ୍ ଝିମ୍ ଏଇ ବରଷା
  • ହଜିଲା ଅତୀତ
  • ଚିଠି ପ୍ରିୟା କୁ
  • କ୍ରାନ୍ତି
  • ସ୍ମୃତି


ମାନସ କୁମାର ନାଥ ଙ୍କ ଆଧୁନିକ ଓ ସମସାମୟିକ ଗୀତ ରଚନା ଶୈଳୀ, ନିଶ୍ଚିତ ରୂପେ ଭିନ୍ନତା ଦାବୀ କରେ । 

ଆମ ତରଫରୁ ମାନସ ଙ୍କୁ ଅନେକ ଅନେକ ଶୁଭକାମନା । ଆମେ ତାଙ୍କ ସହିତ ଜଡିତ ହୋଇ ଗୌରବାନ୍ୱିତ ମାନେ କରୁ ।  

ମାନସ ଙ୍କୁ ଆପଣ ମାନେ ନିମ୍ନୋକ୍ତ ସଂଖ୍ୟା ରେ ସଂପର୍କ କରିପାରନ୍ତି 

  • Phone        - 8018843748
  • WhatsApp - 8018843748
  • email id -     kabitaagana@gmail.com


ମାନସ କୁମାର ନାଥ  ଆମ ପାଇଁ  ଲେଖିଥିବା କିଛି ଗୀତ   

  1. He Kalia  ( ଖୁବ ଶୀଘ୍ର ରିଲିଜ ହେବ )
  2. To Bina e Jibana( ରେକର୍ଡିଙ୍ଗ ରେ )

 



Comments

Popular posts from this blog

Mun Madhyabitta - ମୁଁ ମଧ୍ୟବିତ୍ତ

Song Review - Mu Kalia Ra Pujarini - A Soulful Odia Jagannath Bhajan

ବନ୍ଧୁ ରେ - Bandhu re