ଗୀତିକାର ଡ଼ାଇରୀ - ଶ୍ରୀମତୀ ସସ୍ମିତା ଦାଶ

 

ଶ୍ରୀମତୀ ସସ୍ମିତା ଦାଶ,

ଏକାଧାରାରେ ଜଣେ କବି, ଗାଳ୍ପିକା ଓ ପ୍ରାବନ୍ଧିକା | ଲେଖନୀ କ୍ଷେତ୍ରରେ ତାଙ୍କର ନିଜସ୍ୱ ଅନୁଭୂତି ପ୍ରକାଶ କରି ସେ ବେଶ୍ ଲୋକପ୍ରିୟ ହୋଇଛନ୍ତି |ତାଙ୍କର କବିତା ହୃଦୟସ୍ପର୍ଶୀ ଓ ବାସ୍ତବ ଧର୍ମୀ I
ଢେଙ୍କାନାଳ ସହର ରେ ଜନ୍ମ, ପିତା ଭିକାରୀ ଚରଣ ମିଶ୍ର, ମାତା ସୁଶାନ୍ତିନୀ ମିଶ୍ର ଓ ସ୍ୱାମୀ ସୁବାଷ ଚନ୍ଦ୍ର ଦାଶ | ଖୁବ କମ୍ ବୟସ ରୁ ଲେଖନୀ ଚାଳନା କରି ସେ ସାରା ଓଡିଶା ରେ ପ୍ରତିଷ୍ଠିତ | ରେଣୁବାଳା ସ୍ମୃତି ସଂସଦ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ | ତାଙ୍କ ଲାଗି ଢେଙ୍କାନାଳ ସଦା ଗର୍ବିତ | 



କେତେ ଲେଖା ପ୍ରକାଶିତ ତାହା ତ ଲୋକ ଲୋଚନ କୁ ଆସିଛି ହିଁ  ଆଉ  କେତେ ଲେଖା ଅପ୍ରକାଶିତ ତାହା ତାଙ୍କର ସ୍ମୃତି ରେ ଲୁଚି ରହି ଅଛି I 

ଗୀତିକାର - ସସ୍ମିତା ଦାଶ

  • ରିମ୍ ଝିମ୍ ଏଇ ବରଷା
  • ହଜିଲା ଅତୀତ
  • ଚିଠି ପ୍ରିୟା କୁ
  • କ୍ରାନ୍ତି
  • ସ୍ମୃତି

ପ୍ରବନ୍ଧ ଲେଖିକା -ସସ୍ମିତା ଦାଶ

  • କବି ଓ କବିତା 
  • ସମାଜ ରେ ନାରୀ ର ଭୂମିକା
  • ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆହାର ର ଉପଯୋଗୀତା 

ସସ୍ମିତା ଦାଶ ଙ୍କ ଗୀତ ରଚନା ଶୈଳୀ, ନିଶ୍ଚିତ ରୂପେ ଭିନ୍ନତା ଦାବୀ କରେ । 

ଆମ ତରଫରୁ ସସ୍ମିତା ଙ୍କୁ ଅନେକ ଅନେକ ଶୁଭକାମନା । ଆମେ ତାଙ୍କ ସହିତ ଜଡିତ ହୋଇ ଗୌରବାନ୍ୱିତ ମାନେ କରୁ  

ସସ୍ମିତା ଦାଶ ଙ୍କୁ ଆପଣ ମାନେ ନିମ୍ନୋକ୍ତ ସଂଖ୍ୟା ରେ ସଂପର୍କ କରିପାରନ୍ତି 


ସସ୍ମିତା ଦାଶଙ୍କର କିଛି କବିତାଂଶ

(((((ସ୍ମୃତି ତୁମେ ))))
ମନେପଡେ ଆଜି କାଇଁ ସେଇ 
ଅଫେରା ମୁହୂର୍ତ୍ତ?? ଯେବେ......... 
କଳକଳ, ଛଳଛଳ ହୋଇ 
ବହିଯାଉଥିଲି, 
ଫଗୁଣ ର ରଙ୍ଗ ରେ ବାସ୍ନା ରେ 
ମଜ୍ଜି ଯାଉଥିଲି, 
ମନଟା ବି ଖୁବ୍ ଆହ୍ଲ|ଦ ରେ 
ଉଡ଼ିବୁଲୁଥିଲା ଖୋଲା ଆକାଶ ରେ, 
ଶବ୍ଦ ନଥିଲା, ହେଲେ ଲାଗୁଥିଲା 
କୋଳାହଳମୟ, 
ଅନ୍ଧାର ବି ଲାଗୁଥିଲା ଆଲୋକିତମୟ 
ବହଳ ରାତ୍ରିରେ............ ||

ସସ୍ମିତା ଦାଶ ଆମ ପାଇଁ  ଲେଖିଥିବା କିଛି ଗୀତ   

  1. ସେଇ ଶୂନ୍ୟ ବ୍ରହ୍ମ  ( ଖୁବ ଶୀଘ୍ର ରିଲିଜ ହେବ )
  2. ପ୍ରିୟା ର ଚିଠି ( ରେକର୍ଡିଙ୍ଗ ରେ )



 



Comments

Popular posts from this blog

ଗୀତିକାର ଡ଼ାଇରୀ - ଶ୍ରୀ ସୁଧାଂଶୁ ଶେଖର ପାତ୍ର

Song Review - Mu Kalia Ra Pujarini - A Soulful Odia Jagannath Bhajan