ଜଗା ନାଚୁଛି - Jaga Nachuchi

 ବନ୍ଧୁ ବର୍ଗ,

ପବିତ୍ର ରଥ ଯାତ୍ରା ଉପଲକ୍ଷେ ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ପ୍ରଭୁ ଜଗନ୍ନାଥ ଙ୍କ ପହଣ୍ଡି ବିଜେ କୁ ଚିତ୍ରଣ କରିବା ର ଏହା ଏକ ପ୍ରୟାଶ ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ .

➡️ CLICK ON THE VIDEO BELOW BELOW  TO LISTEN

➡️ ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ 

ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ
ଗାୟକ - ସମ୍ବିତ ଦାଶ
ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ
ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ
ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ


ଗୀତ

ଢାଉଁ ଢାଉଁ ଘଣ୍ଟ ବାଜୁଚି

ଝାଇଁ ଝାଇଁ ଝାଞ୍ଜ ଶୁଭୁଚି


ଟାହିଆ ହଲେଇ ବାହୁକୁ ଝୁଲେଇ

ପାହୁଣ୍ଡ ପକେଇ ଜଗା ଚାଲୁଚି (୦)

ଭାରିଜାକୁ ଛାଡ଼ି ଭଉଣୀକୁ ସାଥେ

 ଜଗା ନଉଚି

କେମିତି ନ ନବ ଗୁଣ୍ଡିଚାକୁ ପରା 

 କଥା ଦେଇଚି

ଚକା ଆଖି ଦେଖି ଆଖି ଯାଏ ଲାଖି

ଭକତର ମନ ନାଚି ଯାଉଚି(୧)


ଦେଢଶୁର ପାଇଁ ଲକ୍ଷ୍ମୀ ସାଆନ୍ତାଣୀ

  ଗଲେନି ସିନା

ଜଗା ପାଇଁ ଦେଖ ସିନ୍ଧୁ ଜେମାଙ୍କର

  ମନ ବୁଝେନା

ଓଦା ସର ସର ଜଗତ ଠାକୁର

ଭକତ ସାଥିରେ ଦେଖ ନାଚୁଚି(୨)

ଢାଉଁ ଢାଉଁ ଘଣ୍ଟ ବାଜୁଚି

ଝାଇଁ ଝାଇଁ ଝାଞ୍ଜ ଶୁଭୁଚି


Comments

Popular posts from this blog

Mun Madhyabitta - ମୁଁ ମଧ୍ୟବିତ୍ତ

ବନ୍ଧୁ ରେ - Bandhu re