Ma Lo Tu Pochide Akhi Luha ( ମା ଲୋ ତୁ ପୋଛିଦେ ଆଖି ଲୁହ)

ବନ୍ଧୁ ବର୍ଗ,

ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ .

➡️ CLICK ON THE VIDEO BELOW BELOW  TO LISTEN

➡️ ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ 


ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ
ଗାୟକ - ସମ୍ବିତ ଦାଶ
ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ
ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ
ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ


ଗୀତ

ତୁ ପେଟ ଚିହ୍ନି ପାରୁ ଦେଖିଦେଲେ ମୁହଁ

ତୁ ଖୁସୀ ହଉ ଭାରି ଡାକି ପୁଅ ପୁଅ

ମୋ ଜଗତ ପାଇଁ ତୁ ମମତା ନଈ

ତୋ ପରି କେହି ନୁହଁ

ମାଆ ଲୋ ତୁ ପୋଛିଦେ ଆଖି ଲୁହ


ତୁ ଥିଲେ ଦୁନିଆର ମିଳେ ସବୁ ସୁଖ

ଜୀବନରୁ ମଧୁଝରେ ମାଟି ଲାଗେ ସ୍ୱର୍ଗ

ପାଣି ତତେ ଛୁଇଁ ଗଙ୍ଗା ଯାଏ ହୋଇ

ତୋ କୋଳ ଲୋଭନୀୟ

ମାଆ ଲୋ ତୁ ପୋଛିଦେ ଆଖିଲୁହ(୧)


ରାତିସାରା ତୋ ଆଖିରେ ପଡେନା ପଲକ

ତତେ ଦେଖି ଦୁଃଖ ଜମା ମାଡ଼େ ନାହିଁ ପାଖ

ମୋ ପାଇଁ ହସୁ ମୋ ପାଇଁ ତୁ ଋଷୁ

ତୁ ଥିଲେ ନାହିଁ ଭୟ

ମାଆ ଲୋ ତୁ ପୋଛିଦେ ଆଖିଲୁହ




Comments

Popular posts from this blog

ଗୀତିକାର ଡ଼ାଇରୀ - ଶ୍ରୀ ସୁଧାଂଶୁ ଶେଖର ପାତ୍ର

Song Review - Mu Kalia Ra Pujarini - A Soulful Odia Jagannath Bhajan

ଗୀତିକାର ଡ଼ାଇରୀ - ଶ୍ରୀମତୀ ସସ୍ମିତା ଦାଶ