Mun Madhyabitta - ମୁଁ ମଧ୍ୟବିତ୍ତ


ଏହି ମହାମାରୀ ଏକ ଅଭିଶପ୍ତ ସମୟ ହେଇ ଆସିଛି |  ଦୁନିୟା ଟା ଯେପରି ଉପର ତଳ ହେଇ ଯାଇଛି ଏହି ମହାମାରୀ ସମୟ ରେ | ଏହା ଦ୍ୱାରା ଦୁନିଆ ର ସବୁ ବର୍ଗ ଅତି ମାତ୍ରା ରେ ପ୍ରଭାବିତ ହେଇଛନ୍ତି | ଲେଖଙ୍କ ଙ୍କ ଅନୁଭୂତି ରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିବା ସେଇ ମଧ୍ୟବିତ୍ତ (ମିଡଲ କ୍ଲାସ ) ଙ୍କ ମନ ର କଥା କୁ ମୋହିତ ଚକ୍ରବର୍ତୀ ନିଜ ଲେଖା ମାଧମ ରେ ପରିପ୍ରକାଶ କରିବାକୁ ଏକ ଚେଷ୍ଟା ଦେଇଛନ୍ତି | 

ଆଶା କରୁଛୁ ଆପଣ ଙ୍କ ମନ କୁ ଛୁଇଁ ବ !

ଆପଣଙ୍କ ବହୁମୂଲ୍ୟ ମତାମତ କୋମମେଣ୍ଟ ଜରିଆ ରେ ଜଣେଇଲେ ଆମେ ନିଜକୁ ଧନ୍ୟ ମନେ କରିବୁ 




ଲେଖା - ମୋହିତ ଚକ୍ରବର୍ତୀ 
ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ 
ଗାୟକ - ରୁଦ୍ର ନାରାୟଣ ମହାନ୍ତି ଓ ସମ୍ବିତ ଦାଶ
ପ୍ରୋଗ୍ରାମିଙ୍ଗ - ସମ୍ବିତ ଦାଶ 
ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ଷ୍ଟୁଡିଓ 
ଭିଡିଓଗ୍ରାଫି - ସମ୍ବିତ ଦାଶ (ସାମସଙ୍ଗ S 30 ରେ ସମସ୍ତ ଭିଡ଼ିଓ ଗ୍ରାଫି ହୋଇଛି )

ଗୀତ ଶୀର୍ଷକ - ମୁଁ    ମଧ୍ୟବିତ୍ତ 

ଉପର ଵାଲା ର ଅଛି ହଜାରେ କୋଟି , 

ତଳ ଵାଲା ମାଗଣା ରେ ଭରୁଛି ଅଣ୍ଟି

ମାଝିଵାଲା ମୁଁ ମୋର ଯାଏ ଅନେକ 

ଋଣ କରି କେତେ କାଳ ଖାଇବି ଘୃତ 

ତୁ  ମଧ୍ୟବିତ୍ତ , ତୁ  ମଧ୍ୟବିତ୍ତ 


ଲକଡାଉନ ସଟଡାଉନ ହେଲାଣି ବୋଝ 

ପେଟରେ ମୋ ଭୋକ ହେଲେ ମୁହଁ ରେ ଲାଜ 

ଘରଭଡା ପାଣି ବିଲ ହେଲାଣି ବାକି 

ବେପାରେ ଚାକିରୀ ସବୁ ଗଲା ଚୁଳିକି 

ମଝି ଵାଲା ମୁଁ ମୋର ଯାଏ ମହତ 

ଢୋକେ ପିଇ ଦାଣ୍ଡେ ଜୀଏଁ ଏହା ହିଁ ସତ୍ୟ 

ତୁ  ମଧ୍ୟବିତ୍ତ , ତୁ  ମଧ୍ୟବିତ୍ତ 


ଅଜଣା ଏ ମାୟା ରେ ତ ଦୁନିଆ କାନ୍ଦେ 

ମଧ୍ୟଂବିତ୍ତ ଘରେ ବସି କପାଳ ନିଂଦେ 

ବନ୍ଧୁ ପରିଜନ ସବୁ ହେଲେ ଅଛୁଆଁ 

ଜୀବନ ଟା ଲାଗେ ଆଜି ଅନ୍ଧାର ମୁହାଁ

ମାଝିଵାଲା ମୁଁ ଅଟେ ମାତ୍ରା ନିମିତ 

ବଂଚି ଥାଉ ଥାଉ ମୁଁ ଜିଅନ୍ତା ଭୁତ 

ତୁ  ମଧ୍ୟବିତ୍ତ , ତୁ  ମଧ୍ୟବିତ୍ତ 


ଜୀବନ ଟା ଚାଲି ଥିଲା ଚାଲିବ ଆଗେ 

ତଥାପି ଏ ମନେ ମୋର ଆଶା ଭି ଜାଗେ 

ସମୟ ଏ କଟିଯିବ ଅଛି ଭରଷା 

ଜିତି ଯିବ ମଧ୍ୟବିତ୍ତ ରହିଛି ଆଶା 

ରହିଛି ଆଶା 

ରହିଛି ଆଶା 


ମାଝିଵାଲା ସମାଜର ରଖେ ମହତ 

ଦୁନିଆ କୁ ଗଢିବାର ରଖେ ସାମର୍ଥ୍ୟ 


କଣ ସାଙ୍ଗ କଣ କହୁଛୁ..


ମାଝିଵାଲା ସମାଜର ରଖେ ମହତ 

ଦୁନିଆ କୁ ଗଢିବାର ରଖେ ସାମର୍ଥ୍ୟ 


ମୁଁ   ମଧ୍ୟବିତ୍ତ , ମୁଁ    ମଧ୍ୟବିତ୍ତ


==========================================

Comments

  1. ଦେଶପାଇଁ ଏହି ତଥାକଥିତ ମଧ୍ୟବିତ୍ତ ମାନେ ବଡ ଅଭିଶାପ। ଭଲ ଲୋକଙ୍କୁ ଭଲ କହିବେନି, ଭଲ କାମକୁ ସମର୍ଥନ କରିବେନି। ଖରାପ ଲୋକ ଓ କାମକୁ ବିରୋଧ କରିବେନି। ନିଜର ସ୍ଵର ସାଧାରଣରେ ପ୍ରକାଶ କରିବେନି। ଅନ୍ୟର ଦୁଃଖରେ ସମବେଦନା ଜଣାଇବେ ନାହିଁ। ତାର ହେଇଛି ଆମର କଣ ଗଲା ବୋଲି କହିବେ। ସବୁଠାରୁ ଚାଲାଖ ଓ ବିଜ୍ଞ ଲୋକ ବୋଲି ନିଜକୁ ଭାବିବା। ନିଜ ବାହାଦୁରି ପଦାରେ ନକହି ଘର ଭିତରେ ବଡ଼ ବଡ଼ କଥା ନିଜ ପତ୍ନୀ ଆଗରେ କହିବା। ସବୁଠାରୁ ପଳାୟନ ପନ୍ଥୀ ହେଉଛନ୍ତି ଏହି ମଧ୍ୟବିତ୍ତ ମାନେ। ତେଣୁ ଏମାନେ ସବୁବେଳେ ଏହିଭଳି ସମସ୍ୟାର ସମ୍ମୁଖୀନ ହେବେ ହିଁ ହେବେ

    ReplyDelete

Post a Comment

Popular posts from this blog

ବନ୍ଧୁ ରେ - Bandhu re

ଜଗା ନାଚୁଛି - Jaga Nachuchi