ଗୀତିକାର ଡ଼ାଇରୀ - ଶ୍ରୀ ମାନସ କୁମାର ନାଥ
ମାନସ କୁମାର ନାଥ ଏହି ନାଁ ଟି ଗୀତିକାର ଭାବରେ ସେତେ ପରିଚିତ ନହେଲେ ବି ହାତ ଗଣତି ତାଙ୍କର କିଛି ଟା ଗୀତ ଦର୍ଶକ ମାନଙ୍କ ର ବେଶ୍ ପସନ୍ଦ ହୋଇଛି। ଆକାଶ ବାଣୀ କଟକ ଏବଂ ଆକାଶ ବାଣୀ ପୁରୀ ର ମୋ ପସନ୍ଦ, ଗୀତ ଗୀତିକା କାର୍ଯ୍ୟକ୍ରମରେ ନିଜର କବିତା ପ୍ରକାଶ ପାଇବା ପରେ ତାଙ୍କ ଭିତରେ ଗୀତିକାର ହେବାର ସ୍ବପ୍ନ ଉଙ୍କି ମାରିଥିଲା। କଲେଜ୍ କେରିଆର ରେ ନିଜ ର କବିତା ଲେଖା ପାଇଁ ଲେକ୍ଚର ଙ୍କ ଠାରୁ ଆରମ୍ଭ କରି ସମସ୍ତ ସାଙ୍ଗ ସେଥି ମାନଙ୍କ ର ପ୍ରସଂସା ଭାଜନ ହୋଇ ହୋଇଥିବା ମାନସ ଦୀର୍ଘ ଦିନର ପ୍ରତୀକ୍ଷା ପରେ ଦୁଇଟି ଭଜନ ଲେଖିବାର ସୁଯୋଗ ପାଇଥିଲେ l ମହାପ୍ରଭୁ ଜଗନ୍ନଥଙ୍କ ଦୁଇଟି ଗୀତ ଲେଖି ଥିଲେ ସେ ୨୦୧୩ ମସିହାରେ ଯାହାକି ସେତେବେଳେ YouTube ରେ ପ୍ରଚାର ପ୍ରସାର ହୋଇ ପାରିନଥିଲା ଯାହା ଫଳରେ ଗୀତ ଟି ଲୋକ ପ୍ରିୟ ହୋଇ ପାରିନଥିଲା , ଫଳରେ ତାଙ୍କୁ ଗୀତି ଲେଖିବାର ସୁଯୋଗ ଆଉ ମିଳି ନଥିଲା। ମଉଳା ମନରେ ଗୋଟିଏ କଥା ଉଙ୍କି ମାରୁଥାଏ, ମୁଁ ନବ ଜାତ ପକ୍ଷୀ ଶାବକ ଟେ ଗୀତିକାର ଭାବରେ ଜନ୍ମ ନେଇ କଣ ଏ ସଙ୍ଗୀତ ର ସୁଦୀର୍ଘ ଆକାଶ ବକ୍ଷ ରେ ଛକା ପଞ୍ଝା ବାଦଲ କୁ ଖାତିର ନ କରି ଉଡ଼ି ପାରିବି। ମନରେ କିନ୍ତୁ ଭରସା ଥାଏ ଗୀତିକାର ହେବାର ଦୀର୍ଘ ସମୟ ବ୍ୟବଧାନ ପରେ ୨୦୧୮ ମସିହାରେ ପୁଣି ଏକ ଆଧୁନିକ ଗୀତ ଲେଖିବାର ସୁଯୋଗ ମିଳେ- ସେଲ୍ଫି ବାଲି ଯାହାର କଣ୍ଠ ଦାନ କରିଥିଲେ...