Posts

ବହି ଯାଏ ମନ ଆଜି (Bahi Jaye Mana Aji)

Image
ବନ୍ଧୁ ବର୍ଗ, ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସନ୍ଦୀପ ଦାଶ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ଶିମିଳିପାଳ ର ସୌନ୍ଦର୍ଯ୍ୟ ଏହି ଗୀତ ର ପରିକଳ୍ପନା ର ଏକ ଅଭିନ୍ନ ଅଙ୍ଗ ଓ ତହିଁରୁ ହିଁ ଗୀତ ର ଉତ୍ପତି. ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସନ୍ଦୀପ ଦାଶ ଗାୟକ - ସମ୍ବିତ ଦାଶ ଓ ପ୍ରିୟଦର୍ଶିନୀ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି ଝରଣାରେ ଜାଇଛି ମିଶି, ଅଭିମାନ ନ କରି ଆଜି ଝରଣା ଏ ଝରଣା, ବହିଯା ତୁ, କୂଳ ମାନେନା ଝରଣା ମନ ଝରଣା, ବହିଯା ତୁ, ରହି ଯାଆନା ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି କେତେଯେ ଅଜଣା କୂଳକୁ, ଛୁଇଁ ଯାଏ ଲାଜରେ ଶେୃତ ସେ, ପଡି ଥାଏ କାହାଣୀ ଭିତରେ ଅଜଣା, ଜଣେ କିଏ ଅଜଣାରେ ମନ, ଛୁଇଁ ଯାଏ ଅଜଣା ଓ ଅଜଣା, ରହିଯା ତୁ, ମନ ମାନେନା ଅଜଣା ହେ ଅଜଣା, ଅଭିମାନେ ତୁ, ଯାଆନା ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି କାଲି ସେ ଟୋପାଟା କେଉଁଠି, ହଜି ଥାଏ ନଦୀରେ ଯାଇ ସେ, ମିଶି ଯାଏ ମନକୁ ପାଇବା ପାଇଁ କିଏ, ଯଦି ଥାଏ ମିଶିବା ଆଗରୁ, କାନେ କହେ ପ୍ରେମିକ ମୋ ପ୍ରେମିକ, କଥାଟେ ତୁ, ମୋର ଶୁଣିଥା ପ୍ରେମିକ ହେ ପ୍ରେମିକ, ଏଇଠି ତୁ, ମନ ଦେଇଯା ବହି...

ଏକ ତୁମେ ଅନେକ ତୁମେ ( Eka tume aneka tume )

Image
ବନ୍ଧୁ ବର୍ଗ, ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ଗୀତ ଟି ସେଇ ପରଂବ୍ରହ୍ମ ପାରାମାତ୍ମା କାଳିଆ ଠାକୁର ଙ୍କ ବିସ୍ତାରତା କୁ ଦର୍ଶେଇ ବାର ଏକ ପ୍ରୟାଶ. ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ➡️  CLICK ON THE VIDEO BELOW BELOW  TO LISTEN ➡️  ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ ଗାୟକ - ସମ୍ବିତ ଦାଶ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ଏକ ତୁମେ ଅନେକ ତୁମେ ତୁମେ ହିଁ ତ ସର୍ବ ବ୍ୟାପକ ସଂଖ୍ୟା ତୁମେ ଅସଂଖ୍ୟ ତୁମେ ତୁମେ ହିଁ ତ ସର୍ବ କାରକ ଭାବ ଠାରୁ ବେଶୀ  ଭାବନା ରେ ଆସି ଦୁଃଖ ନେଇ ଦେଇ ଯାଅ ଅନେକ ସୁଖ ହେ କଳା ଶ୍ରୀମୁଖ ତୁମକୁ ଭୁଲି ହୁଏ ନାହିଁ ଜୀବନ ଯାକ ଚନ୍ଦନ ରେ ତୁମେ ସକାଳ ର ଅବାହନୀ ଗୋଧୂଳି ରେ ତୁମେ ସୁନା ସଞ୍ଜ ଦୀପ ଦାନୀ ଖୁଶି ଠାରୁ ବେଶୀ ଲୋତକ ରେ ଆସି ଆଶା ଠାରୁ ଦେଇ ଯାଅ ତୁମେ ଅଧିକ ହେ କଳା ଶ୍ରୀମୁଖ ତୁମକୁ ଭୁଲି ହୁଏ ନାହିଁ ଜୀବନ ଯାକ ମନେ ପଡ ତୁମେ ପରିଣତ ବୟସ ରେ ମନେ ପଡ଼ ନାହିଁ କେବେ ବି ତ ଅହଂକାରେ ପାପ  ଠାରୁ ବେଶୀ ଅନୁତାପେ ଆସି ଜୀବନ ରେ ଭରି ଦିଅ ଶାନ୍ତି ଅନ...

ବନ୍ଧୁ ରେ - Bandhu re

Image
  ବନ୍ଧୁ ବର୍ଗ, ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ଜୀବନ ର ସତ୍ୟତା ଉପରେ ଆଧାରିତ ଏହି ଲେଖା ଟି . ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ➡️  CLICK ON THE VIDEO BELOW BELOW  TO LISTEN ➡️  ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ ଗାୟକ - ସମ୍ବିତ ଦାଶ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ବନ୍ଧୁ ରେ କାହିଁ ଦେଖୁ ମିଛ ସ୍ବପ୍ନ ଦିନେ ସବୁ ଉଜୁଡ଼ିବ ସମୟ ପାଖରେ ବନ୍ଧୁ ରେ ବନ୍ଧୁ ରେ କାହିଁ କରୁ ଅଭିମାନ କାହିଁ ଦେଖୁ ମିଛ ସ୍ବପ୍ନ ଦିନେ ସବୁ ଉଜୁଡ଼ିବ ସମୟ ପାଖରେ ବନ୍ଧୁ ରେ ଆଜି ଯିଏ ଆପଣାର କIଲି ସିଏ ପର ଡେଇଁ ବାକୁ ହେବ ତୋତେ ଲଖ୍ମ୍ନଣ ର ଗାର ଆଜି ଯିଏ ଆପଣାର  କIଲି ସିଏ ପର ଡେଇଁ ବାକୁ ହେବ ତୋତେ ଲଖ୍ମ୍ନଣ ର ଗାର ହସ ଯିବ ବାଟ ଭୁଲି ଲୁହ ହେବ ରଙ୍ଗ ତୁଳି ଲେଖାଇବା ନୂଆ ଗୀତ ଜୀବନ ଖାତାରେ ବନ୍ଧୁ ରେ ହସ ସେତ ଅମାନିଆ ଏକ ଦୁଷ୍ଟ ଝିଅ ଲୁହ ସାଥେ ସଦା ବେଳେ ଭାବ ବିନିମୟ ହସ ସେତ ଅମାନିଆ ଏକ ଦୁଷ୍ଟ ଝିଅ ଲୁହ ସାଥେ ସଦା ବେଳେ ଭାବ ବିନିମୟ ଜୀବନ ଟା  ଛକି ସୁନ କେବେ ପାପ କେବେ ପୁଣ...

ଜଗା ନାଚୁଛି - Jaga Nachuchi

Image
  ବନ୍ଧୁ ବର୍ଗ, ପବିତ୍ର ରଥ ଯାତ୍ରା ଉପଲକ୍ଷେ ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ପ୍ରଭୁ ଜଗନ୍ନାଥ ଙ୍କ ପହଣ୍ଡି ବିଜେ କୁ ଚିତ୍ରଣ କରିବା ର ଏହା ଏକ ପ୍ରୟାଶ ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ➡️  CLICK ON THE VIDEO BELOW BELOW  TO LISTEN ➡️  ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ  ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ ଗାୟକ - ସମ୍ବିତ ଦାଶ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ଢାଉଁ ଢାଉଁ ଘଣ୍ଟ ବାଜୁଚି ଝାଇଁ ଝାଇଁ ଝାଞ୍ଜ ଶୁଭୁଚି ଟାହିଆ ହଲେଇ ବାହୁକୁ ଝୁଲେଇ ପାହୁଣ୍ଡ ପକେଇ ଜଗା ଚାଲୁଚି (୦) ଭାରିଜାକୁ ଛାଡ଼ି ଭଉଣୀକୁ ସାଥେ  ଜଗା ନଉଚି କେମିତି ନ ନବ ଗୁଣ୍ଡିଚାକୁ ପରା   କଥା ଦେଇଚି ଚକା ଆଖି ଦେଖି ଆଖି ଯାଏ ଲାଖି ଭକତର ମନ ନାଚି ଯାଉଚି(୧) ଦେଢଶୁର ପାଇଁ ଲକ୍ଷ୍ମୀ ସାଆନ୍ତାଣୀ   ଗଲେନି ସିନା ଜଗା ପାଇଁ ଦେଖ ସିନ୍ଧୁ ଜେମାଙ୍କର   ମନ ବୁଝେନା ଓଦା ସର ସର ଜଗତ ଠାକୁର ଭକତ ସାଥିରେ ଦେଖ ନାଚୁଚି(୨) ଢାଉଁ ଢାଉଁ ଘଣ୍ଟ ବାଜୁଚି ଝାଇଁ ଝାଇଁ ଝାଞ୍ଜ ଶୁଭୁଚି

Mun Madhyabitta - ମୁଁ ମଧ୍ୟବିତ୍ତ

Image
ଏହି ମହାମାରୀ ଏକ ଅଭିଶପ୍ତ ସମୟ ହେଇ ଆସିଛି |   ଦୁନିୟା ଟା ଯେପରି ଉପର ତଳ ହେଇ ଯାଇଛି ଏହି ମହାମାରୀ ସମୟ ରେ | ଏହା ଦ୍ୱାରା ଦୁନିଆ ର ସବୁ ବର୍ଗ ଅତି ମାତ୍ରା ରେ ପ୍ରଭାବିତ ହେଇଛନ୍ତି | ଲେଖଙ୍କ ଙ୍କ ଅନୁଭୂତି ରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିବା ସେଇ ମଧ୍ୟବିତ୍ତ (ମିଡଲ କ୍ଲାସ ) ଙ୍କ ମନ ର କଥା କୁ ମୋହିତ ଚକ୍ରବର୍ତୀ ନିଜ ଲେଖା ମାଧମ ରେ ପରିପ୍ରକାଶ କରିବାକୁ ଏକ ଚେଷ୍ଟା ଦେଇଛନ୍ତି |   ଆଶା କରୁଛୁ ଆପଣ ଙ୍କ ମନ କୁ ଛୁଇଁ ବ ! ଆପଣଙ୍କ ବହୁମୂଲ୍ୟ ମତାମତ କୋମମେଣ୍ଟ ଜରିଆ ରେ ଜଣେଇଲେ ଆମେ ନିଜକୁ ଧନ୍ୟ ମନେ କରିବୁ  ଲେଖା  - ମୋହିତ ଚକ୍ରବର୍ତୀ  ସଂଗୀତ  - ସମ୍ବିତ ଦାଶ ଓ ସନ୍ଦୀପ ଦାଶ  ଗାୟକ - ରୁଦ୍ର ନାରାୟଣ ମହାନ୍ତି ଓ ସମ୍ବିତ ଦାଶ ପ୍ରୋଗ୍ରାମିଙ୍ଗ  - ସମ୍ବିତ ଦାଶ  ରେକର୍ଡିଙ୍ଗ ସ୍ଟୁଡ଼ିଓ  - ସମ୍ବିତ ଦାଶ ଙ୍କ ହୋମ ଷ୍ଟୁଡିଓ  ଭିଡିଓଗ୍ରାଫି  - ସମ୍ବିତ ଦାଶ (ସାମସଙ୍ଗ S 30 ରେ ସମସ୍ତ ଭିଡ଼ିଓ ଗ୍ରାଫି ହୋଇଛି ) ଗୀତ ଶୀର୍ଷକ - ମୁଁ    ମଧ୍ୟବିତ୍ତ  ଉପର ଵାଲା ର ଅଛି ହଜାରେ କୋଟି ,  ତଳ ଵାଲା ମାଗଣା ରେ ଭରୁଛି ଅଣ୍ଟି ମାଝିଵାଲା ମୁଁ ମୋର ଯାଏ ଅନେକ  ଋଣ କରି କେତେ କାଳ ଖାଇବି ଘୃତ  ତୁ  ମଧ୍ୟବିତ୍ତ , ତୁ  ମଧ୍ୟବିତ୍ତ  ଲକଡାଉନ ସଟଡାଉନ ହେଲାଣି ବୋଝ  ପେଟରେ ମ...

Ma Lo Tu Pochide Akhi Luha ( ମା ଲୋ ତୁ ପୋଛିଦେ ଆଖି ଲୁହ)

Image
ବନ୍ଧୁ ବର୍ଗ, ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ➡️  CLICK ON THE VIDEO BELOW BELOW  TO LISTEN ➡️  ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ  ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ ଗାୟକ - ସମ୍ବିତ ଦାଶ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ତୁ ପେଟ ଚିହ୍ନି ପାରୁ ଦେଖିଦେଲେ ମୁହଁ ତୁ ଖୁସୀ ହଉ ଭାରି ଡାକି ପୁଅ ପୁଅ ମୋ ଜଗତ ପାଇଁ ତୁ ମମତା ନଈ ତୋ ପରି କେହି ନୁହଁ ମାଆ ଲୋ ତୁ ପୋଛିଦେ ଆଖି ଲୁହ ତୁ ଥିଲେ ଦୁନିଆର ମିଳେ ସବୁ ସୁଖ ଜୀବନରୁ ମଧୁଝରେ ମାଟି ଲାଗେ ସ୍ୱର୍ଗ ପାଣି ତତେ ଛୁଇଁ ଗଙ୍ଗା ଯାଏ ହୋଇ ତୋ କୋଳ ଲୋଭନୀୟ ମାଆ ଲୋ ତୁ ପୋଛିଦେ ଆଖିଲୁହ(୧) ରାତିସାରା ତୋ ଆଖିରେ ପଡେନା ପଲକ ତତେ ଦେଖି ଦୁଃଖ ଜମା ମାଡ଼େ ନାହିଁ ପାଖ ମୋ ପାଇଁ ହସୁ ମୋ ପାଇଁ ତୁ ଋଷୁ ତୁ ଥିଲେ ନାହିଁ ଭୟ ମାଆ ଲୋ ତୁ ପୋଛିଦେ ଆଖିଲୁହ

ସାସମଲ ମାନସ ଙ୍କ କିଛି ଘନିଷ୍ଠ ମୁହୂର୍ତ - The Photo Album of Sasmal Manas

Image
 

ଗୀତିକାର ଡ଼ାଇରୀ - ସାସମଲ ମାନସ

Image
 ସାସମଲ ମାନସ ଏଇ ନାଁ ଟେ ଓଡ଼ିଆ ଗୀତ ଜଗତରେ କେବଳ ପରିଚିତ ତା ନୁହେଁ, ପ୍ରିୟ ମଧ୍ୟ । ଜଗତସିଂହପୁର ଜିଲ୍ଲା, ଏରସମା, ଖୁରାଣ୍ଟ ତୁଠ ଗାଁ ରେ ଜନ୍ମ ହେଇଥିବା ମାନସ, ପିଲାଦିନୁଁ ଗୀତ ଲେଖୁ ନ ଥିଲେ, କବିତା ଲେଖୁଥିଲେ । ପରବର୍ତ୍ତୀ ସମୟରେ ସେ ଆଉ କବିତାରେ ସୀମିତ ନ ରହି, ଗୀତ ଲେଖିବାକୁ ମନ ବଳାଇଲେ । ୧୯୯୮ ମସିହାରେ ମାନସ ପ୍ରଥମ ଥର ପାଇଁ ଆକାଶବାଣୀ ର ଯୁବବାଣୀ କାର୍ଯ୍ୟକ୍ରମ ରେ ଗୀତ ଲେଖିଲେ । ଗୀତପ୍ରତି ଅହେତୁକ ଆଗ୍ରହ ବଢ଼ିବାରୁ ତାଙ୍କୁ ଓଡ଼ିଶାର ପୁରୁଣା ରାଜଧାନୀ କଟକ ଆସିବାକୁ ପଡ଼ିଲା । ଗୀତପାଇଁ ପ୍ରକୃତ ସଂଘର୍ଷ ଆରମ୍ଭ ହୁଏ ୨୦୦୨ ମସିହାରେ । ମାନସଙ୍କୁ ଓଡ଼ିଆ ଗୀତ ଶିଳ୍ପ ରେ ଏକାଧିକ ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଚିହ୍ନି ଥିବା ସତ୍ତ୍ୱେ, ଗୀତଟେ ଲେଖିବା ପାଇଁ ସୁଯୋଗଟେ ସୃଷ୍ଟି ହେଇ ପାରୁ ନ ଥିଲା ।  ଏମିତି ଅନେକ ଦିନ ଅତିବାହିତ ହେବାପରେ ବହୁତ କମ ଗୀତ ଲେଖିବାର ସୁଯୋଗ ପାଇଥିଲେ ମାନସ । ଏଥିପାଇଁ ମନରେ ଯଥେଷ୍ଟ ଅବଶୋଷ ଥିବା ସତ୍ୱ କେବେବି ସେ ଭାଙ୍ଗି ପଡ଼ି ନ ଥିଲେ । ନିଜସ୍ୱ ପ୍ରତିଭାରେ ସଦା ପ୍ରତିଭାତ ହେଉଥିବା ମାନସ ଓଡ଼ିଆ ଚଳଚ୍ଚିତ୍ର "ହସିବ ପୁଣି ମୋ ସୁନା ସଂସାର" ପାଇଁ ପ୍ରଥମେ ଗୀତ ଲେଖି ସାଉଁଟି ଥିଲେ ଅନେକ ପ୍ରଶଂସା ।ଆଉ ପଛକୁ ଫେରି ଚାହିଁବାକୁ ଇଛା କରି ନ ଥିବା ମାନସ ସମ୍ପ୍ରତି ପାଲଟି ସାରିଛନ୍ତି, ଲୋକପ୍ରିୟ ଗୀତିକାର ମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତମାନ ବିଭିନ୍ନ ସଙ...

କିଛି ଲୁହ ଲୁହ ନୁହେଁ (Kichi Luha Luha nuhen) - ଏକ ରୋମାଣ୍ଟିକ ବ୍ୟକ୍ତି ଙ୍କ ଅନୁଭୂତି ର କାହାଣୀ

Image
ମୋହିତ ଚକ୍ରବର୍ତୀ ଆଉ ତାଙ୍କ ଲେଖା ଏକ ପ୍ରକାର ର କିମ୍ବଦନ୍ତୀ! ଆଜି ଆମେ ଆମ ନୂଆ ବ୍ଲଗ ରେ ମୋହିତ ଙ୍କ  ର ଏହି ଗୀତ "  କିଛି ଲୁହ ଲୁହ ନୁହେଁ  " ପ୍ରକାଶ କରୁଛୁ | ଗୀତ ଟି ଜଣେ ରୋମାଣ୍ଟିକ ବ୍ୟକ୍ତି ଙ୍କ ଅନୁଭବ କୁ ଯେଉଁ ଭାବେ ପରିପ୍ରକାଶ କରୁଛି, ତାହା ନିଶ୍ଚୟ  ହିଁ  ମୋହିତଙ୍କ ଚିନ୍ତା ଓ ବିଭିନ୍ନ ବ୍ୟକ୍ତିତ୍ୱ ର ଗଭୀର ପଠନ ର ଏକ ଦୃଷ୍ଟାନ୍ତ | ପ୍ରତିଟି ଶବ୍ଦ ଅନୁଭୂତି ର ମୁକ୍ତ ବିନ୍ଦୁ ! ଆଶା କରୁଛୁ ଆପଣଙ୍କୁ ଭଲ ଲାଗିବ | ➡️  CLICK ON THE VIDEO BELOW BELOW  TO LISTEN ➡️  ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ  ଲେଖା - ମୋହିତ ଚକ୍ରବର୍ତୀ  ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ  ପ୍ରୋଗ୍ରାମିଙ୍ଗ - ସମ୍ବିତ ଦାଶ  ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ଷ୍ଟୁଡିଓ  ଭିଡିଓଗ୍ରାଫି - ସମ୍ବିତ ଦାଶ (ସାମସଙ୍ଗ S 30 ରେ ସମସ୍ତ ଭିଡ଼ିଓ ଗ୍ରାଫି ହୋଇଛି ) ଗୀତ ଶୀର୍ଷକ - କିଛି ଲୁହ ଲୁହ ନୁହେଁ  କିଛି ଲୁହ ଲୁହ ନୁହେଁ ସେତ   ଆଖି ଭିଜିବାର ବାହାନା (2) କିଛି ଦୁଃଖ ଦୁଃଖ ନୁହେଁ ସେତ ଖାଲି ଜୀବନ ର ଛଳନା କିଛି ଲୁହ ଲୁହ ନୁହେଁ ସେତ   ଆଖି ଭିଜିବାର ବାହାନା କିଛି ପ୍ରେମ ଦିଶେ କିଛି ପ୍ରେମ ଲୁଚି ଯାଏ ସମୟ ର ଝଡ଼େ କିଛି ସ୍ବପ୍ନ ଆସେ କିଛି ପୁଣି ବ...