Posts

ଗୀତିକାର ଡ଼ାଇରୀ - ଶ୍ରୀ ସୁଧାଂଶୁ ଶେଖର ପାତ୍ର

Image
   ଶ୍ରୀ ସୁଧାଂଶୁ ଶେଖର ପାତ୍ର  ଏହି ନାଁ ଟି ଗୀତିକାର  ଭାବରେ ସେତେ  ପରିଚିତ ନହେଲେ ବି ହାତ ଗଣତି ତାଙ୍କର କିଛି ଟା ଗୀତ ଦର୍ଶକ ମାନଙ୍କ ର ବେଶ୍ ପସନ୍ଦ ହୋଇଛି।  ନାମ - ସୁଧାଂଶୁ ଶେଖର ପାତ୍ର ଗ୍ରାମ - ଖସିଗୁଡା, ଡାକ ଘର -  ଚିଲିଗୁଡା , ଥାନା - ଜୁନାଗଡ଼,  ଜିଲ୍ଲା - କଳାହାଣ୍ଡି, ଓଡ଼ିଶା  -୭୬୬୦୧୪  ମୋବାଇଲ୍ -୮୧୪୪୬୮୫୧୬୫ ଶିକ୍ଷାଗତ ଯୋଗ୍ୟତା - ସ୍ନାତକୋତ୍ତର (ଇଂରାଜୀ)  ବୃତ୍ତି - ଶିକ୍ଷକତା ବର୍ତ୍ତମାନ  କର୍ମସ୍ଥଳି - ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଜୁନାଗଡ଼, କଳାହାଣ୍ଡି  ଲେଖକ ଓ ସହିତ୍ୟିକ   -  ଶ୍ରୀ  ସୁଧାଂଶୁ ଶେଖର ପାତ୍ର                                           ଲେଖାଲେଖି ଆରମ୍ଭ. - ୧୯୮୬ ମସିହା  ଆକାଶବାଣୀ ଜୟପୁର (୧୯୮୬) ଏବଂ ଆକାଶବାଣୀ ଭବାନୀପାଟଣା (୧୯୯୩) ସହିତ ସଂପୃକ୍ତ , ଆକାଶବାଣୀ ନାଟକ ବିଭାଗ ଙ୍କର  ସ୍ୱୀକୃତପ୍ରାପ୍ତ କଳାକାର   ଆମ ଓଡ଼ିଶାରଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ଲେଖା ସ୍ଥାନୀତ ହେବାର ପ୍ରକ୍ରିୟା ଆରମ୍ଭ - ୧୯୯୦  ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀ...

ଗୀତିକାର ଡ଼ାଇରୀ - ଶ୍ରୀ ମାନସ କୁମାର ନାଥ

Image
  ମାନସ କୁମାର ନାଥ ଏହି ନାଁ ଟି ଗୀତିକାର  ଭାବରେ ସେତେ  ପରିଚିତ ନହେଲେ ବି ହାତ ଗଣତି ତାଙ୍କର କିଛି ଟା ଗୀତ ଦର୍ଶକ ମାନଙ୍କ ର ବେଶ୍ ପସନ୍ଦ ହୋଇଛି। ଆକାଶ ବାଣୀ କଟକ ଏବଂ ଆକାଶ ବାଣୀ ପୁରୀ ର ମୋ ପସନ୍ଦ, ଗୀତ ଗୀତିକା କାର୍ଯ୍ୟକ୍ରମରେ ନିଜର କବିତା ପ୍ରକାଶ ପାଇବା ପରେ ତାଙ୍କ ଭିତରେ ଗୀତିକାର ହେବାର ସ୍ବପ୍ନ ଉଙ୍କି ମାରିଥିଲା। କଲେଜ୍ କେରିଆର ରେ ନିଜ ର କବିତା  ଲେଖା ପାଇଁ ଲେକ୍ଚର ଙ୍କ ଠାରୁ ଆରମ୍ଭ କରି ସମସ୍ତ ସାଙ୍ଗ ସେଥି ମାନଙ୍କ ର ପ୍ରସଂସା ଭାଜନ ହୋଇ ହୋଇଥିବା ମାନସ ଦୀର୍ଘ ଦିନର ପ୍ରତୀକ୍ଷା ପରେ ଦୁଇଟି ଭଜନ ଲେଖିବାର ସୁଯୋଗ ପାଇଥିଲେ l ମହାପ୍ରଭୁ ଜଗନ୍ନଥଙ୍କ ଦୁଇଟି ଗୀତ ଲେଖି ଥିଲେ ସେ ୨୦୧୩ ମସିହାରେ ଯାହାକି ସେତେବେଳେ YouTube ରେ ପ୍ରଚାର ପ୍ରସାର  ହୋଇ ପାରିନଥିଲା ଯାହା ଫଳରେ ଗୀତ ଟି ଲୋକ ପ୍ରିୟ ହୋଇ ପାରିନଥିଲା , ଫଳରେ ତାଙ୍କୁ  ଗୀତି ଲେଖିବାର ସୁଯୋଗ ଆଉ ମିଳି ନଥିଲା। ମଉଳା ମନରେ  ଗୋଟିଏ କଥା ଉଙ୍କି ମାରୁଥାଏ, ମୁଁ ନବ ଜାତ ପକ୍ଷୀ ଶାବକ ଟେ ଗୀତିକାର ଭାବରେ ଜନ୍ମ ନେଇ କଣ ଏ ସଙ୍ଗୀତ ର ସୁଦୀର୍ଘ ଆକାଶ ବକ୍ଷ ରେ ଛକା ପଞ୍ଝା ବାଦଲ କୁ ଖାତିର ନ କରି ଉଡ଼ି ପାରିବି। ମନରେ କିନ୍ତୁ ଭରସା ଥାଏ ଗୀତିକାର ହେବାର ଦୀର୍ଘ ସମୟ ବ୍ୟବଧାନ ପରେ ୨୦୧୮ ମସିହାରେ ପୁଣି ଏକ ଆଧୁନିକ  ଗୀତ ଲେଖିବାର ସୁଯୋଗ ମିଳେ- ସେଲ୍ଫି ବାଲି ଯାହାର କଣ୍ଠ ଦାନ କରିଥିଲେ...

ଗୀତିକାର ଡ଼ାଇରୀ - ଶ୍ରୀମତୀ ସସ୍ମିତା ଦାଶ

Image
  ଶ୍ରୀମତୀ ସସ୍ମିତା ଦାଶ, ଏକାଧାରାରେ ଜଣେ କବି, ଗାଳ୍ପିକା ଓ ପ୍ରାବନ୍ଧିକା | ଲେଖନୀ କ୍ଷେତ୍ରରେ ତାଙ୍କର ନିଜସ୍ୱ ଅନୁଭୂତି ପ୍ରକାଶ କରି ସେ ବେଶ୍ ଲୋକପ୍ରିୟ ହୋଇଛନ୍ତି |ତାଙ୍କର କବିତା ହୃଦୟସ୍ପର୍ଶୀ ଓ ବାସ୍ତବ ଧର୍ମୀ I ଢେଙ୍କାନାଳ ସହର ରେ ଜନ୍ମ, ପିତା ଭିକାରୀ ଚରଣ ମିଶ୍ର, ମାତା ସୁଶାନ୍ତିନୀ ମିଶ୍ର ଓ ସ୍ୱାମୀ ସୁବାଷ ଚନ୍ଦ୍ର ଦାଶ | ଖୁବ କମ୍ ବୟସ ରୁ ଲେଖନୀ ଚାଳନା କରି ସେ ସାରା ଓଡିଶା ରେ ପ୍ରତିଷ୍ଠିତ | ରେଣୁବାଳା ସ୍ମୃତି ସଂସଦ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ | ତାଙ୍କ ଲାଗି ଢେଙ୍କାନାଳ ସଦା ଗର୍ବିତ |  କେତେ ଲେଖା ପ୍ରକାଶିତ ତାହା ତ ଲୋକ ଲୋଚନ କୁ ଆସିଛି ହିଁ  ଆଉ  କେତେ ଲେଖା ଅପ୍ରକାଶିତ ତାହା ତାଙ୍କର ସ୍ମୃତି ରେ ଲୁଚି ରହି ଅଛି I  ଗୀତିକାର - ସସ୍ମିତା ଦାଶ ରିମ୍ ଝିମ୍ ଏଇ ବରଷା ହଜିଲା ଅତୀତ ଚିଠି ପ୍ରିୟା କୁ କ୍ରାନ୍ତି ସ୍ମୃତି ପ୍ରବନ୍ଧ ଲେଖିକା -ସସ୍ମିତା ଦାଶ କବି ଓ କବିତା  ସମାଜ ରେ ନାରୀ ର ଭୂମିକା ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆହାର ର ଉପଯୋଗୀତା  ସସ୍ମିତା ଦାଶ  ଙ୍କ ଗୀତ ରଚନା ଶୈଳୀ, ନିଶ୍ଚିତ ରୂପେ ଭିନ୍ନତା ଦାବୀ କରେ ।  ଆମ ତରଫରୁ  ସସ୍ମିତା  ଙ୍କୁ ଅନେକ ଅନେକ ଶୁଭକାମନା । ଆମେ ତାଙ୍କ ସହିତ ଜଡିତ ହୋଇ ଗୌରବାନ୍ୱିତ ମାନେ କରୁ   ସସ୍ମିତା ଦାଶ  ଙ୍କୁ ଆପଣ ମାନେ ନିମ୍ନୋକ୍ତ ସଂଖ୍ୟା ରେ ସଂ...

ବହି ଯାଏ ମନ ଆଜି (Bahi Jaye Mana Aji)

Image
ବନ୍ଧୁ ବର୍ଗ, ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସନ୍ଦୀପ ଦାଶ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ଶିମିଳିପାଳ ର ସୌନ୍ଦର୍ଯ୍ୟ ଏହି ଗୀତ ର ପରିକଳ୍ପନା ର ଏକ ଅଭିନ୍ନ ଅଙ୍ଗ ଓ ତହିଁରୁ ହିଁ ଗୀତ ର ଉତ୍ପତି. ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସନ୍ଦୀପ ଦାଶ ଗାୟକ - ସମ୍ବିତ ଦାଶ ଓ ପ୍ରିୟଦର୍ଶିନୀ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି ଝରଣାରେ ଜାଇଛି ମିଶି, ଅଭିମାନ ନ କରି ଆଜି ଝରଣା ଏ ଝରଣା, ବହିଯା ତୁ, କୂଳ ମାନେନା ଝରଣା ମନ ଝରଣା, ବହିଯା ତୁ, ରହି ଯାଆନା ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି କେତେଯେ ଅଜଣା କୂଳକୁ, ଛୁଇଁ ଯାଏ ଲାଜରେ ଶେୃତ ସେ, ପଡି ଥାଏ କାହାଣୀ ଭିତରେ ଅଜଣା, ଜଣେ କିଏ ଅଜଣାରେ ମନ, ଛୁଇଁ ଯାଏ ଅଜଣା ଓ ଅଜଣା, ରହିଯା ତୁ, ମନ ମାନେନା ଅଜଣା ହେ ଅଜଣା, ଅଭିମାନେ ତୁ, ଯାଆନା ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି କାଲି ସେ ଟୋପାଟା କେଉଁଠି, ହଜି ଥାଏ ନଦୀରେ ଯାଇ ସେ, ମିଶି ଯାଏ ମନକୁ ପାଇବା ପାଇଁ କିଏ, ଯଦି ଥାଏ ମିଶିବା ଆଗରୁ, କାନେ କହେ ପ୍ରେମିକ ମୋ ପ୍ରେମିକ, କଥାଟେ ତୁ, ମୋର ଶୁଣିଥା ପ୍ରେମିକ ହେ ପ୍ରେମିକ, ଏଇଠି ତୁ, ମନ ଦେଇଯା ବହି...

ଏକ ତୁମେ ଅନେକ ତୁମେ ( Eka tume aneka tume )

Image
ବନ୍ଧୁ ବର୍ଗ, ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ଗୀତ ଟି ସେଇ ପରଂବ୍ରହ୍ମ ପାରାମାତ୍ମା କାଳିଆ ଠାକୁର ଙ୍କ ବିସ୍ତାରତା କୁ ଦର୍ଶେଇ ବାର ଏକ ପ୍ରୟାଶ. ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ➡️  CLICK ON THE VIDEO BELOW BELOW  TO LISTEN ➡️  ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ ଗାୟକ - ସମ୍ବିତ ଦାଶ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ଏକ ତୁମେ ଅନେକ ତୁମେ ତୁମେ ହିଁ ତ ସର୍ବ ବ୍ୟାପକ ସଂଖ୍ୟା ତୁମେ ଅସଂଖ୍ୟ ତୁମେ ତୁମେ ହିଁ ତ ସର୍ବ କାରକ ଭାବ ଠାରୁ ବେଶୀ  ଭାବନା ରେ ଆସି ଦୁଃଖ ନେଇ ଦେଇ ଯାଅ ଅନେକ ସୁଖ ହେ କଳା ଶ୍ରୀମୁଖ ତୁମକୁ ଭୁଲି ହୁଏ ନାହିଁ ଜୀବନ ଯାକ ଚନ୍ଦନ ରେ ତୁମେ ସକାଳ ର ଅବାହନୀ ଗୋଧୂଳି ରେ ତୁମେ ସୁନା ସଞ୍ଜ ଦୀପ ଦାନୀ ଖୁଶି ଠାରୁ ବେଶୀ ଲୋତକ ରେ ଆସି ଆଶା ଠାରୁ ଦେଇ ଯାଅ ତୁମେ ଅଧିକ ହେ କଳା ଶ୍ରୀମୁଖ ତୁମକୁ ଭୁଲି ହୁଏ ନାହିଁ ଜୀବନ ଯାକ ମନେ ପଡ ତୁମେ ପରିଣତ ବୟସ ରେ ମନେ ପଡ଼ ନାହିଁ କେବେ ବି ତ ଅହଂକାରେ ପାପ  ଠାରୁ ବେଶୀ ଅନୁତାପେ ଆସି ଜୀବନ ରେ ଭରି ଦିଅ ଶାନ୍ତି ଅନ...

ବନ୍ଧୁ ରେ - Bandhu re

Image
  ବନ୍ଧୁ ବର୍ଗ, ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ଜୀବନ ର ସତ୍ୟତା ଉପରେ ଆଧାରିତ ଏହି ଲେଖା ଟି . ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ➡️  CLICK ON THE VIDEO BELOW BELOW  TO LISTEN ➡️  ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ ଗାୟକ - ସମ୍ବିତ ଦାଶ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ବନ୍ଧୁ ରେ କାହିଁ ଦେଖୁ ମିଛ ସ୍ବପ୍ନ ଦିନେ ସବୁ ଉଜୁଡ଼ିବ ସମୟ ପାଖରେ ବନ୍ଧୁ ରେ ବନ୍ଧୁ ରେ କାହିଁ କରୁ ଅଭିମାନ କାହିଁ ଦେଖୁ ମିଛ ସ୍ବପ୍ନ ଦିନେ ସବୁ ଉଜୁଡ଼ିବ ସମୟ ପାଖରେ ବନ୍ଧୁ ରେ ଆଜି ଯିଏ ଆପଣାର କIଲି ସିଏ ପର ଡେଇଁ ବାକୁ ହେବ ତୋତେ ଲଖ୍ମ୍ନଣ ର ଗାର ଆଜି ଯିଏ ଆପଣାର  କIଲି ସିଏ ପର ଡେଇଁ ବାକୁ ହେବ ତୋତେ ଲଖ୍ମ୍ନଣ ର ଗାର ହସ ଯିବ ବାଟ ଭୁଲି ଲୁହ ହେବ ରଙ୍ଗ ତୁଳି ଲେଖାଇବା ନୂଆ ଗୀତ ଜୀବନ ଖାତାରେ ବନ୍ଧୁ ରେ ହସ ସେତ ଅମାନିଆ ଏକ ଦୁଷ୍ଟ ଝିଅ ଲୁହ ସାଥେ ସଦା ବେଳେ ଭାବ ବିନିମୟ ହସ ସେତ ଅମାନିଆ ଏକ ଦୁଷ୍ଟ ଝିଅ ଲୁହ ସାଥେ ସଦା ବେଳେ ଭାବ ବିନିମୟ ଜୀବନ ଟା  ଛକି ସୁନ କେବେ ପାପ କେବେ ପୁଣ...

ଜଗା ନାଚୁଛି - Jaga Nachuchi

Image
  ବନ୍ଧୁ ବର୍ଗ, ପବିତ୍ର ରଥ ଯାତ୍ରା ଉପଲକ୍ଷେ ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ପ୍ରଭୁ ଜଗନ୍ନାଥ ଙ୍କ ପହଣ୍ଡି ବିଜେ କୁ ଚିତ୍ରଣ କରିବା ର ଏହା ଏକ ପ୍ରୟାଶ ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ➡️  CLICK ON THE VIDEO BELOW BELOW  TO LISTEN ➡️  ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ  ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ ଗାୟକ - ସମ୍ବିତ ଦାଶ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ଢାଉଁ ଢାଉଁ ଘଣ୍ଟ ବାଜୁଚି ଝାଇଁ ଝାଇଁ ଝାଞ୍ଜ ଶୁଭୁଚି ଟାହିଆ ହଲେଇ ବାହୁକୁ ଝୁଲେଇ ପାହୁଣ୍ଡ ପକେଇ ଜଗା ଚାଲୁଚି (୦) ଭାରିଜାକୁ ଛାଡ଼ି ଭଉଣୀକୁ ସାଥେ  ଜଗା ନଉଚି କେମିତି ନ ନବ ଗୁଣ୍ଡିଚାକୁ ପରା   କଥା ଦେଇଚି ଚକା ଆଖି ଦେଖି ଆଖି ଯାଏ ଲାଖି ଭକତର ମନ ନାଚି ଯାଉଚି(୧) ଦେଢଶୁର ପାଇଁ ଲକ୍ଷ୍ମୀ ସାଆନ୍ତାଣୀ   ଗଲେନି ସିନା ଜଗା ପାଇଁ ଦେଖ ସିନ୍ଧୁ ଜେମାଙ୍କର   ମନ ବୁଝେନା ଓଦା ସର ସର ଜଗତ ଠାକୁର ଭକତ ସାଥିରେ ଦେଖ ନାଚୁଚି(୨) ଢାଉଁ ଢାଉଁ ଘଣ୍ଟ ବାଜୁଚି ଝାଇଁ ଝାଇଁ ଝାଞ୍ଜ ଶୁଭୁଚି

Mun Madhyabitta - ମୁଁ ମଧ୍ୟବିତ୍ତ

Image
ଏହି ମହାମାରୀ ଏକ ଅଭିଶପ୍ତ ସମୟ ହେଇ ଆସିଛି |   ଦୁନିୟା ଟା ଯେପରି ଉପର ତଳ ହେଇ ଯାଇଛି ଏହି ମହାମାରୀ ସମୟ ରେ | ଏହା ଦ୍ୱାରା ଦୁନିଆ ର ସବୁ ବର୍ଗ ଅତି ମାତ୍ରା ରେ ପ୍ରଭାବିତ ହେଇଛନ୍ତି | ଲେଖଙ୍କ ଙ୍କ ଅନୁଭୂତି ରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିବା ସେଇ ମଧ୍ୟବିତ୍ତ (ମିଡଲ କ୍ଲାସ ) ଙ୍କ ମନ ର କଥା କୁ ମୋହିତ ଚକ୍ରବର୍ତୀ ନିଜ ଲେଖା ମାଧମ ରେ ପରିପ୍ରକାଶ କରିବାକୁ ଏକ ଚେଷ୍ଟା ଦେଇଛନ୍ତି |   ଆଶା କରୁଛୁ ଆପଣ ଙ୍କ ମନ କୁ ଛୁଇଁ ବ ! ଆପଣଙ୍କ ବହୁମୂଲ୍ୟ ମତାମତ କୋମମେଣ୍ଟ ଜରିଆ ରେ ଜଣେଇଲେ ଆମେ ନିଜକୁ ଧନ୍ୟ ମନେ କରିବୁ  ଲେଖା  - ମୋହିତ ଚକ୍ରବର୍ତୀ  ସଂଗୀତ  - ସମ୍ବିତ ଦାଶ ଓ ସନ୍ଦୀପ ଦାଶ  ଗାୟକ - ରୁଦ୍ର ନାରାୟଣ ମହାନ୍ତି ଓ ସମ୍ବିତ ଦାଶ ପ୍ରୋଗ୍ରାମିଙ୍ଗ  - ସମ୍ବିତ ଦାଶ  ରେକର୍ଡିଙ୍ଗ ସ୍ଟୁଡ଼ିଓ  - ସମ୍ବିତ ଦାଶ ଙ୍କ ହୋମ ଷ୍ଟୁଡିଓ  ଭିଡିଓଗ୍ରାଫି  - ସମ୍ବିତ ଦାଶ (ସାମସଙ୍ଗ S 30 ରେ ସମସ୍ତ ଭିଡ଼ିଓ ଗ୍ରାଫି ହୋଇଛି ) ଗୀତ ଶୀର୍ଷକ - ମୁଁ    ମଧ୍ୟବିତ୍ତ  ଉପର ଵାଲା ର ଅଛି ହଜାରେ କୋଟି ,  ତଳ ଵାଲା ମାଗଣା ରେ ଭରୁଛି ଅଣ୍ଟି ମାଝିଵାଲା ମୁଁ ମୋର ଯାଏ ଅନେକ  ଋଣ କରି କେତେ କାଳ ଖାଇବି ଘୃତ  ତୁ  ମଧ୍ୟବିତ୍ତ , ତୁ  ମଧ୍ୟବିତ୍ତ  ଲକଡାଉନ ସଟଡାଉନ ହେଲାଣି ବୋଝ  ପେଟରେ ମ...

Ma Lo Tu Pochide Akhi Luha ( ମା ଲୋ ତୁ ପୋଛିଦେ ଆଖି ଲୁହ)

Image
ବନ୍ଧୁ ବର୍ଗ, ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ➡️  CLICK ON THE VIDEO BELOW BELOW  TO LISTEN ➡️  ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ  ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଗୀତ - ସାସମଲ ମାନସ ଗାୟକ - ସମ୍ବିତ ଦାଶ ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ ଗୀତ ତୁ ପେଟ ଚିହ୍ନି ପାରୁ ଦେଖିଦେଲେ ମୁହଁ ତୁ ଖୁସୀ ହଉ ଭାରି ଡାକି ପୁଅ ପୁଅ ମୋ ଜଗତ ପାଇଁ ତୁ ମମତା ନଈ ତୋ ପରି କେହି ନୁହଁ ମାଆ ଲୋ ତୁ ପୋଛିଦେ ଆଖି ଲୁହ ତୁ ଥିଲେ ଦୁନିଆର ମିଳେ ସବୁ ସୁଖ ଜୀବନରୁ ମଧୁଝରେ ମାଟି ଲାଗେ ସ୍ୱର୍ଗ ପାଣି ତତେ ଛୁଇଁ ଗଙ୍ଗା ଯାଏ ହୋଇ ତୋ କୋଳ ଲୋଭନୀୟ ମାଆ ଲୋ ତୁ ପୋଛିଦେ ଆଖିଲୁହ(୧) ରାତିସାରା ତୋ ଆଖିରେ ପଡେନା ପଲକ ତତେ ଦେଖି ଦୁଃଖ ଜମା ମାଡ଼େ ନାହିଁ ପାଖ ମୋ ପାଇଁ ହସୁ ମୋ ପାଇଁ ତୁ ଋଷୁ ତୁ ଥିଲେ ନାହିଁ ଭୟ ମାଆ ଲୋ ତୁ ପୋଛିଦେ ଆଖିଲୁହ

ସାସମଲ ମାନସ ଙ୍କ କିଛି ଘନିଷ୍ଠ ମୁହୂର୍ତ - The Photo Album of Sasmal Manas

Image
 

ଗୀତିକାର ଡ଼ାଇରୀ - ସାସମଲ ମାନସ

Image
 ସାସମଲ ମାନସ ଏଇ ନାଁ ଟେ ଓଡ଼ିଆ ଗୀତ ଜଗତରେ କେବଳ ପରିଚିତ ତା ନୁହେଁ, ପ୍ରିୟ ମଧ୍ୟ । ଜଗତସିଂହପୁର ଜିଲ୍ଲା, ଏରସମା, ଖୁରାଣ୍ଟ ତୁଠ ଗାଁ ରେ ଜନ୍ମ ହେଇଥିବା ମାନସ, ପିଲାଦିନୁଁ ଗୀତ ଲେଖୁ ନ ଥିଲେ, କବିତା ଲେଖୁଥିଲେ । ପରବର୍ତ୍ତୀ ସମୟରେ ସେ ଆଉ କବିତାରେ ସୀମିତ ନ ରହି, ଗୀତ ଲେଖିବାକୁ ମନ ବଳାଇଲେ । ୧୯୯୮ ମସିହାରେ ମାନସ ପ୍ରଥମ ଥର ପାଇଁ ଆକାଶବାଣୀ ର ଯୁବବାଣୀ କାର୍ଯ୍ୟକ୍ରମ ରେ ଗୀତ ଲେଖିଲେ । ଗୀତପ୍ରତି ଅହେତୁକ ଆଗ୍ରହ ବଢ଼ିବାରୁ ତାଙ୍କୁ ଓଡ଼ିଶାର ପୁରୁଣା ରାଜଧାନୀ କଟକ ଆସିବାକୁ ପଡ଼ିଲା । ଗୀତପାଇଁ ପ୍ରକୃତ ସଂଘର୍ଷ ଆରମ୍ଭ ହୁଏ ୨୦୦୨ ମସିହାରେ । ମାନସଙ୍କୁ ଓଡ଼ିଆ ଗୀତ ଶିଳ୍ପ ରେ ଏକାଧିକ ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ଚିହ୍ନି ଥିବା ସତ୍ତ୍ୱେ, ଗୀତଟେ ଲେଖିବା ପାଇଁ ସୁଯୋଗଟେ ସୃଷ୍ଟି ହେଇ ପାରୁ ନ ଥିଲା ।  ଏମିତି ଅନେକ ଦିନ ଅତିବାହିତ ହେବାପରେ ବହୁତ କମ ଗୀତ ଲେଖିବାର ସୁଯୋଗ ପାଇଥିଲେ ମାନସ । ଏଥିପାଇଁ ମନରେ ଯଥେଷ୍ଟ ଅବଶୋଷ ଥିବା ସତ୍ୱ କେବେବି ସେ ଭାଙ୍ଗି ପଡ଼ି ନ ଥିଲେ । ନିଜସ୍ୱ ପ୍ରତିଭାରେ ସଦା ପ୍ରତିଭାତ ହେଉଥିବା ମାନସ ଓଡ଼ିଆ ଚଳଚ୍ଚିତ୍ର "ହସିବ ପୁଣି ମୋ ସୁନା ସଂସାର" ପାଇଁ ପ୍ରଥମେ ଗୀତ ଲେଖି ସାଉଁଟି ଥିଲେ ଅନେକ ପ୍ରଶଂସା ।ଆଉ ପଛକୁ ଫେରି ଚାହିଁବାକୁ ଇଛା କରି ନ ଥିବା ମାନସ ସମ୍ପ୍ରତି ପାଲଟି ସାରିଛନ୍ତି, ଲୋକପ୍ରିୟ ଗୀତିକାର ମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତମାନ ବିଭିନ୍ନ ସଙ...